ଆଦିବାସୀ ଅଧିକାର ସମାବେଶ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଅଞ୍ଚଳ ର ଶ୍ଯାମନଗର ପଞ୍ଚାୟତ ର ରଘୁନାଥପୁର ଠାରେ ରାଇବଣିଆ ଆଦିବାସୀ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି।ରାଇବଣିଆ ଅଞ୍ଚଳ ର ଆଦିବାସୀ ମାନେ କୈ।ଣସି ସୁବିଧା ପାଇପାରୁ ନଥିବା ଖୋଲମଖୁଲ୍ଲା ଅଭିଯୋଗ କରିଛନ୍ତି।

ସମାବେଶରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ବ ରେ ଯୁବନେତା କାଳିଚରଣ ଦାସ, ରାସବିହାରୀ ରଣା, ସର୍ଦ୍ଧାରବନ୍ଧ ପଞ୍ଚାୟତ ର ସମିତି ସଦସ୍ୟ ଗଣେଶ ସରେନ, ଶ୍ଯାମନଗର ପଞ୍ଚାୟତ ର ପୂର୍ବତନ ସଦସ୍ୟ ଉଦୟନାଥ ମୁର୍ମୁ, ପ୍ରମୁଖ ଯୋଗ ଦେଇ ସରକାର ଆଦିବାସୀ ମାନଙ୍କ ର ଉନ୍ନତି ପାଇଁ ବହୁ ଯୋଜନା କରିଥିବା ବେଳେ, ବିଧାୟକ ଭୋଟ ପାଇ ଜୟଯୁକ୍ତ ହେବା ପରେ ଆଦିବାସୀ ମାନଙ୍କ ସହ ଛଳନା କରିଆସୁଥିବା କହିଛନ୍ତି।
ମନ୍ଦିର ମସଜିଦ ନିର୍ମାଣ କରି ଲଖ୍ଯାଧିକ ଟଙ୍କା ଖର୍ଚ କରୁଥିବା ବେଳେ, ଆଦିବାସୀ ସମ୍ପ୍ରଦାୟ କଥା ଭୁଲି ଯାଇଛନ୍ତି।

ଆଦିବାସୀ ମାନଙ୍କ ର ଆରାଧ୍ୟ ଠାକୁର ବଡାମ ଠାକୁରାଣୀ ଙ୍କ ର ଉନ୍ନତି କରଣ ,ଜଙ୍ଗଲ ଜମି ଦଖଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ପଟା ଯୋଗାଇ ଦେବା , ଆଦିବାସୀ ସାହି ମାନଙ୍କ ରେ ପିଇବା ପାଣିର ସମସ୍ୟା କୁ ଦୂରୀଭୂତ କରିବା, ଆଦିବାସୀ ସାହି ମାନଙ୍କ ରେ ରାସ୍ତା କୁ ପକ୍କା କରିବା, ମାଟି ଘରକୁ ହଟାଇ ପକ୍କା ଘର କରିବା, ଆଦିବାସୀ ମାନଙ୍କ ର ସଂସ୍କୃତି ଓ ପରମ୍ପରା କୁ ସରକାରୀ ମାନ୍ଯତା ଦେବା ,ଅଲଚିକି ଭାଷା ରେ ବିଦ୍ୟାଳୟ ଖୋଲିବା ,ସ୍ଥାୟୀ ବ୍ଲକ, ତହସିଲ ଓ ଦମକଳ କେନ୍ଦ୍ର ଖୋଲିବା,ପ୍ରଭୃତି ସମସ୍ଯା କୁ ନେଇ ମଞ୍ଚରେ ଥିବା ନେତୃତ୍ବ ମଣ୍ଡଳୀ ବିଶାଦଗାର କରିଥିଲେ।

Leave A Reply

Your email address will not be published.