ପୁଲୱ।ମା ଘଟଣାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଲ୍ଓ୍ବାମା ଆକ୍ରମଣରେ ସହିଦ୍ ଯବାନଙ୍କ ସ୍ମୃତି ଅବସରରେ ଆପଣ ଏକା ନୁହନ୍ତି ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଅନୁଷ୍ଠିତ | ସୂଚନା ଯୋଗ୍ୟ ଯେ ଆମ ଦେଶ ଭାରତ ପାଇଁ ଏକ ଦୁଃଖର ଦିନ ୧୪ ଫେବୃଆରୀ ୨୦୧୯ ପୁଲ୍ଓ୍ବାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜବାନ ସହିଦ୍ ହୋଇଥିଲେ।

ସେହି ଦିନଠାରୁ ଦେଶ ଫେବୃଆରୀ ୧୪କୁ କଳା ଦିବସ ଭାବେ ପାଳନ କରିବା ସହ ସହୀଦ ବୀର ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି,ଶୋକ ସଭା ପାଳନ ହୁଏ |ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଆପଣ ଏକା ନୁହନ୍ତି” ଟ୍ରଷ୍ଟ ପକ୍ଷରୁ ସଂଗଠନର ସଭାପତି ଅଜୟ କୁମାର ମହାନ୍ତି ଓ ସମ୍ପାଦକ ଶୁଶାନ୍ତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଖଇରା ବଜାରରେ ଥିବା ରାଧାଶ୍ୟାମ ସ୍ମୃତିଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ଦିବସ ଓ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ଥାନା ଅଧିକାରୀ ଗୟାଧର ବେହେରା ଓ ମୁଖ୍ୟ ବକ୍ତା ଭାବେ ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସହୀଦ ବୀର ଜବାନଙ୍କ ଫଟୋରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ସିମୁଳିଆରୁ ଅବସରପ୍ରାପ୍ତ ବୀର ଜବାନ ରାଜେନ୍ଦ୍ର କୁମାର ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଗଦାଧର ଜେନା ଏବଂ ଖଇରାରୁ ଅବସରପ୍ରାପ୍ତ ବୀର ଯବାନ ଗୋପାଳ ଚରଣ ସାହୁ ଉପସ୍ଥିତ ରହି ବୀର ଜବାନ ଅମର ରହେ ସ୍ଲୋଗାନ ପରେ ସମସ୍ତେ ସହିଦ୍ ବୀର ଯବାନଙ୍କ ଉଦେଶ୍ୟରେ ଏକ ମିନିଟର ନୀରବ ପ୍ରାର୍ଥନା କରିବା ସହ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

Leave A Reply

Your email address will not be published.