ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୭୩ଦିନ ଯୁଦ୍ଧ ପରେ ୨୬ଜୁଲାଇ ୧୯୯୯ମସିହାରେ ଯୁଦ୍ଧ ସମାପ୍ତ ହୋଇଥିଲା କାରଗିଲ ଯୁଦ୍ଧ ଏବଂ ପାକିସ୍ତାନକୁ ହରାଇ ବୀଜୟ ହୋଇଥିଲା ଭାରତ । ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ବୀରଜବାନ ଶହୀଦ ହୋଇଥିଲା ବେଳେ ଏହା ମଧ୍ୟରୁ ୧୩ ଜଣ ଓଡିଆ ବୀର ମାଟିମା ପାଇଁ ପ୍ରାଣବଳି ଦେଇଥିଲେ ।
ଭାରତ ମା କୁ ବିଜୟର ଟିକା ପିନ୍ଧାଇ ଶହୀଦ ହୋଇଥିବା ସେହି ବୀର ଜବାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ପ୍ରତିବର୍ଷ ଜୁଲାଇ ୨୬ତାରିଖଟିକୁ ବୀଜୟ ଦୀବସ ଭାବରେ ପାଳନ କରାଯାଇ ଆସୁଅଛି ।ତେବେ ଚଳିତ ବର୍ଷ ଏହି ବୀଜୟ ଦୀବସ ୨୫ବର୍ଷରେ ପଦାର୍ପଣ କରିଥିବା ବେଳେ ବିଜେପି ଦଳ ପକ୍ଷରୁ ସେଦିନର ସ୍ମୃତିକୁ ତାଜା କରିବା ପାଇଁ ଏହାକୁ ଅଧିକ ୨ଦିନ ଧରି ପାଳନ କରିବାକୁ ଯୋଜନା କରିଛି ଏବଂ ଏହାକୁ “ତ୍ରୀରଙ୍ଗା ଶୋଭାଯାତ୍ରା”ବୋଲି କୁହାଯାଉଛି ।
ଆଜି ବାରିପଦା ଠାରେ ଅନୁଷ୍ଠିତ ଏହି ତ୍ରୀରଙ୍ଗା ଶୋଭାଯାତ୍ରା ବାରିପଦା ଐତିହାସିକ ଛଉପଡିଆ ଠାରୁ ବାହାରି ଫେଜର ହଷ୍ଟେଲ , ଲାଲବଜାର , ମେନମାର୍କେଟ ଦେଇ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହ ଜିଲ୍ଲା ସଭାପତି କାନ୍ଦରା ସୋରେନ ଓ ବହୁ ବିଜେପି କର୍ମୀ ଯୋଗଦେଇଥିଲେ ।