ଭୁବନେଶ୍ୱରରେ ତ୍ରିରଙ୍ଗା ଶୋଭାଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍: ଅପରେସନ୍‍ ସିନ୍ଦୁର’ର ସଫଳତାକୁ ନେଇ ଭୁବନେଶ୍ୱରରେ ତ୍ରିରଙ୍ଗା ଯାତ୍ରା। ଭୁବନେଶ୍ୱର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନ କରିଛନ୍ତି। ଏଥି ସହିତ ସେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଲିଙ୍ଗିପୁର ପଞ୍ଚାୟତର ନୂଆଗାଁ ଛକଠାରୁ ଜାଡୁମଲ୍ଲୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ସହିତ ପ୍ରାୟ ୨ କିଲୋମିଟର ଅଞ୍ଚଳ ଶୋଭାଯାତ୍ରା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଏହି ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ଯେତେବେଳେ ତ୍ରିରଙ୍ଗା ତଳେ ଏକଜୁଟ୍‍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେନାହିଁ। ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି, ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ।

Leave A Reply

Your email address will not be published.