ଟ୍ରକକୁ ଧକ୍କା ଦେଲା ଟ୍ରକ ୨ମୃତ

0

ଓଡ଼ିଆ ନ୍ୟୁଜ୍: ବାଲେଶ୍ବର ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଟ୍ରକକୁ ଧକ୍କା ଦେଲା ଟ୍ରକ, ୨ ମୃତ।ସୋର ତଳନଗର ଓଭରବ୍ରିଜ ଉପରେ ଦୁର୍ଘଟଣା।ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରର ମୃତ୍ୟୁ।ପଶ୍ଚିମବଙ୍ଗରୁ ଭୁବନେଶ୍ବର ଯାଉଥିଲା ଆଳୁ ବୋଝେଇ ଟ୍ରକ।ମୃତକ ୨ ଜଣ ପଶ୍ଚିମବଙ୍ଗର ହୋଇଥିବା ସୂଚନା।

ସୂଚନା ଥାଉକି, ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ ଅନ୍ୟଏକ ଗାଡିକୁ ଧକ୍କା ଦେଇ ରାସ୍ତାର ଡିଭାଇଡ଼ର ସହ ପିଟି ହୋଇଥିଲା ।ଫଳରେ ଗାଡିର ଚାଳକ ଓ ହେଲପର ଆଳୁବସ୍ତା ସହ ପୋଲ ତଳକୁ ଖସି ଚାପିହୋଇ ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ପରେ ଉଭୟଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.