ସ୍କ୍ରାପ୍ ପଲିସିରେ ପରିବର୍ତ୍ତନ ନେଇ ଆନ୍ଦୋଳନ ଡାକରା ଦେବ ଟ୍ରକ ମଲିକ ସଂଘ, ଜାନୁଆରୀ ୧୧ରୁ ପରିବହନ ସେବା ହୋଇପରେ ଠପ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍କ୍ରାପ୍ ପଲିସିରେ ପରିବର୍ତ୍ତନ ସମେତ ଦଫା ଦାବି ନେଇ ଧର୍ମଘଟ ଓହ୍ଲାଇବ ଓଡିଶା ରାଜ୍ୟ ଟ୍ରକ ମାଲିକ ସଙ୍ଘ। ରାଜ୍ୟ ସରକାରଙ୍କ ଦ୍ୱାରା ୧୫ ବର୍ଷରୁ ଅଧିକ ଗାଡିକୁ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତି କୁ ବିରୋଧ କରିଛି ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ । ଟ୍ରକ ଗୁଡିକର ଭଡା ସରକାରୀ ସ୍ତରରେ ଆଜି ପର୍ଯ୍ୟନ୍ତ ଧାର୍ଯ୍ୟ ନକରି ଟ୍ରକ ଗୁଡିକୁ ରାସ୍ତାରୁ ହଟାଇବାକୁ ନିୟମ ଜାରି କରିଛନ୍ତି ସରକାର । ଗତ ସେପ୍ଟେମ୍ବର ମାସରୁ ପରିବହନ ସଚିବ ଙ୍କୁ ଆଲୋଚନା ନିମନ୍ତେ ବାରମ୍ବାର ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ମହାସଙ୍ଘକୁ ଅଣଦେଖା କରିଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି । ନୁତନ ନିୟମ ଲାଗୁ କରିବାରେ ଦୁଇବର୍ଷ କୋହଳ କରିବା,ପୁରୁଣା ଗାଡି ବଦଳରେ ନୂଆ ଗାଡିର ୨୦ ପ୍ରତିଶତ ଦାମ ଦେବା,ନୂଆ ଗାଡିର ୨୫ ପ୍ରତିଶତ ରୋଡଟ୍ୟାକ୍ସ ଦଶବର୍ଷ ପର୍ଯ୍ୟନ୍ତ ଛାଡ଼ କରିବା,କମ୍ପାନୀ ନୂଆଗାଡି ପାଇଁ ୧୦ ପ୍ରତିଶତ ରିହାତୀଦେବା, ୧୫ ବର୍ଷ ପରିବର୍ତ୍ତେ ୨୦ ବର୍ଷ ରେ ଗାଡିକୁ ରାସ୍ତାରୁ ହଟାଇବା ସହିତ ଅନ୍ୟାନ୍ୟ ଦାବି କରି ସରକାରଙ୍କୁ ଆଲୋଚନା ନିମନ୍ତେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସରକାର ଙ୍କୁ ସମୟ ଦେଇଛି ସଙ୍ଘ । ଯଦି ସରକାର ଏ ସମ୍ବନ୍ଧୀୟ କୌଣସି ସକରାତ୍ମକ ପଦକ୍ଷେପ ନିଅନ୍ତି ତେବେ ସଙ୍ଘ ନିଜର ନାର୍ଯ୍ୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇବ।
ରାଜ୍ୟରେ ଚାଲୁଥିବା ୨ ଲକ୍ଷ ୧୦ହଜାରରୁ ଉର୍ଦ୍ଧ୍ବ ଟ୍ରକ ସେବାରୁ ନିବୃତ ରହିବେ । ଆସନ୍ତା ଜାନୁୟାରୀ ୧୧ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ପରିବହନ ସେବା ବନ୍ଦ ରହିବ ।ରାଜ୍ୟରେ ୨ ଲକ୍ଷ ୧୦ ହଜାର ଟ୍ରକ ସମେତ ଆନ୍ତଃରାଜ୍ୟ ଟ୍ରକ ପରିଵହନ ମଧ୍ୟ ବନ୍ଦ ରହିବ। କିନ୍ତୁ କ୍ଷୀର ଓ ମେଡ଼ିସିନ ଭଳି ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯିବ। ଓଡିଶା ରାଜ୍ୟ ଟ୍ରକ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀଙ୍କ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ବାଇଟ: ରବି ନାରାୟଣ ଶତପଥି, ସାଧାରଣ ସମ୍ପାଦକ, ଓଡିଶା ରାଜ୍ୟ ଟ୍ରକ ମାଲିକ ସଙ୍ଘ