ୟୁଜର୍ସଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଶେଷରେ ଟ୍ୱିଟର କଲା ସ୍ୱିକାର

0

ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂଆ ଆଇଟି ନିୟମମ ମାନିବାକୁ ରାଜି ହୋଇଛି । କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦେଇଥିଲା ।

ନିୟମ ଲାଗୁ ହେବାପରେ ଟ୍ୱିଟର ପକ୍ଷରୁ ଗତ ଜୁନ ୫ ତାରିଖରେ ସରକାରଙ୍କୁ ଶେଷ ନୋଟିସ ଦେଇଥିଲା । ଏହି ନିୟମକୁ ମାନିବା ପାଇଁ ରାଜି ହୋଇଥିଲା । ଏହାକୁ ୭ ତାରିଖରେ ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟକୁ ପଠାଯାଇଥିଲା । କୋଭିଡ ମହାମାରୀ ପାଇଁ ଏବେ ଟ୍ୱିଟରକୁ ଏହି ନିୟମ ମାନିବା ପାଇଁ ସମସ୍ୟା ଦେଖାଯାଉଥିବା ବେଳେ ଖୁବ ଶୀଘ୍ର ଏହାର ପାଳନ ପାଇଁ ପ୍ରତିଶ୍ରୁତି ଦେଇଛି ।

ଏହାକୁ ନେଇ ପୂର୍ବରୁ ସରକାର ଏହି କମ୍ପାନୀକୁ ଚେତାବନୀ ଦେଇଥିଲା । ଏହାର ଅବମାନନା ଦ୍ୱାରା କମ୍ପାନୀକୁ ଦଣ୍ଡିତ ମଧ୍ୟ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହାଦ୍ୱାରା ଭାରତରେ ଟ୍ୱିଟରର ବ୍ୟବହାରକୁ ନେଇ ୟୁଜର୍ସ ଅନେକ ସମସ୍ୟାର ସାମ୍ମୁଖିନ ହୋଇଥାନ୍ତେ ।

Leave A Reply

Your email address will not be published.