ଶେଷରେ ବଦଳିଲା ଟୁଇଟରର ଡୋମେନ ନାମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା।  ଏଲନ ମସ୍କଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଆଉ ଆନୁଷ୍ଠାନିକ ଭାବରେ ଟ୍ୱିଟର ନୁହେଁ। ମସ୍କ କିଛି ଘଣ୍ଟା ତଳେ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଟ୍ବିଟର୍‌ ଏଥର ଆନୁଷ୍ଠାନିକ ଭାବେ ଏକ୍ସ ହୋଇସାରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟ୍ବିଟର୍‌ର ୟୁଆର୍‌ଏଲ୍‌ ବି ବର୍ତ୍ତମାନ ଏକ୍ସ ହୋଇସାରିଛି। ତେବେ ପୂର୍ବପରି ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ଅକ୍ଷୁର୍ଣ୍ଣ ରହିବ।  ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା କିଣାଯାଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି।  ଏପରିକି ଲୋଗୋ ବି ଏକ୍ସରେ ପରିଣତ ହେଲା। କମ୍ପାନୀ, ମୋବାଇଲ୍ ଆପ୍, ସବସ୍କ୍ରିପସନ୍ ଆଧାରିତ ନୀତି ସହିତ ଅନେକ ବିବରଣୀ ପରିବର୍ତ୍ତନ କରିବା ପରେ ମଧ୍ୟ ୟୁଆର୍‌ଏଲ୍‌‌ରେ ଟ୍ବିଟର୍‌ ରହି ଯାଇଥିଲା।

ତାହାକୁ ପରିବର୍ତ୍ତନ କରିବାକୁ ମସ୍କ ଖୁବ୍ ସଂଗ୍ରାମ କରି ଆସୁଥିଲେ।  ଅନେକ ବୈଶିଷ୍ଟ୍ୟ ପୂର୍ବରୁ ପରିବର୍ତ୍ତନ ହୋଇସାରିଛି, କେବଳ ଗୋଟିଏ ଡୋମେନ ର ନାମ ବାକି ଅଛି, ତାହା ମଧ୍ୟ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି। କମ୍ପାନୀ ମାଲିକ ଏଲୋନ ମସ୍କ ନିଜେ ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେ X ରେ ଲେଖିଛନ୍ତି ଯେ ବର୍ତ୍ତମାନ ସମସ୍ତ କୋର୍‌ ସିଷ୍ଟମ ଗୁଡିକ x.com ରେ ଅଛି।

Comments are closed.