ଯୁବକକୁ ଭୁଜାଲିରେ ହାଣି ହତ୍ୟା କଲେ ଦୁଇଭାଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଜଣେ ଯୁବକଙ୍କୁ ରାସ୍ତା ଉପରେ ଭୁଜାଲିରେ ହାଣି ହତ୍ୟା କଲେ ୨ ଭାଇ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରତନପୁର ଗାଁରେ। ମୃତ ଯୁବକ ହେଲେ ମନୋଜ ସା। ତାଙ୍କ ଘର ରତନପୁରରେ |

ତେବେ ସୂଚନା ମୁତାବକ, ଆଜି ସକାଳେ ସେହି ଗ୍ରାମର ବିଜୟ ମହାନନ୍ଦିଆ ଓ ଦୁଲାମଣି ମହାନନ୍ଦିଆଙ୍କ ସହ ମନୋଜଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ୨ଭାଇ ଏକ ଭୁଜାଲି ଆଣି ଉକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ। ମନୋଜ ଜୀବନ ବିକାଳେ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ହେଲେ ୨ ଭାଇ ତାଙ୍କୁ ଛାଡ଼ି ନଥିଲେ।

ମନୋଜଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଯୁବକଙ୍କ ମୃତଦେହ ରାସ୍ତା ଉପରେ ପଡ଼ିଛି।  ମୃତ ଯୁବକଙ୍କ ନାମ ମନୋଜ ସା ବୋଲି ଜଣାପଡ଼ିଛି। ଘଟଣାପରେ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଜଣଙ୍କ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave A Reply

Your email address will not be published.