ଉତ୍କଳ ମଣ୍ଡପରେ ଚାଲିଥିବା ଦୁଇ ଦିନିଆ ଲୋକ ମହୋତ୍ସବ ଉଦ୍‌ଘାଟିତ, ମନ ମୋହିଲା ରଣପା ଓ ଗୋଟିପୁଅ ନୃତ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଳାଞ୍ଜଳୀ ଆଟିଷ୍ଟ୍ରି ଟ୍ରଷ୍ଟ ଆନୁକୁଲ୍ୟରେ ଓଡ଼ିଶା ସରକାର ଓ ଇଭୋସ୍ ବିଲ୍ଡକନ୍‌ର ମିଳିତ ସହଯୋଗରେ ଦୁଇ ଦିନିଆ ଲୋକ ମହୋତ୍ସବ ଉତ୍କଳ ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି । ସମୃଦ୍ଧ କଳାରେ ପରିପୂର୍ଣ୍ଣ ଉତ୍କଳ ଭୂମିରେ ଲୋକକଳାର ବିକାଶ ନିମନ୍ତେ କଳାଞ୍ଜଳୀ ଟ୍ରଷ୍ଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ସମ୍ମାନିତ ଅତିଥି ଭାବେ ଓଡ଼ିଲଡ଼୍ ଅଭିନେତା ଶ୍ରୀତମ ଦାସ, ହରିହର ମହାପାତ୍ର, ଇଭୋସ୍ ବିଲ୍ଡକନ୍‌ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ରଥ, କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢୀ, ଆଇ.ଏନ୍‌.ଡ଼ବ୍ଲ୍ୟୁ.ଇ.ସି.ର ଜାତୀୟ ଅଧ୍ୟକ୍ଷା ସୁର୍କୀୀ ପଟ୍ଟନାୟକ ଓ ଶୁଶ୍ରୁତ ହସ୍ପିଟାଲର ସି.ଇ.ଓ. ଚିଦାତ୍ମିକା ଖଟୁଆ ଯୋଗଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ଗୋଟିପୁଅ, ରଣପା ନୃତ୍ୟ ଦେଖିବାକୁ ମିଳିଥିଲା । ସେହିପରି ରାମ୍ପ ଶୋ ରେ ସମ୍ବଲପୁରୀ ନୃତ୍ୟ ସହ ଆଦିବାସୀଙ୍କ ଅଳଙ୍କାର ଫ୍ୟାଶନ ଶୋ ମନମୁଗ୍ଧକର ଥିଲା ।

ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ମେୟର ସଙ୍ଗମିତ୍ରା ଦଳାଇ ଓ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଡ଼େପୁଟି ମେୟର ମଞ୍ଜୁଲତା କହଁର, ବ୍ରହ୍ମପୁର ଡ଼େପୁଟି ମେୟର ଇଂ ବିବେକ ରେଡ୍ଡି, ଓଲିଉଡ଼୍ ଅଭିନେତା ହରିହର ଦାଶ, ହରିହର ରଥ, ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ମହାନ ସଂଘର ପ୍ରତିଷ୍ଠାତା ସୁଶାନ୍ତ ସାବତ, ସାଂସ୍କୃତିକ କାର୍ଯ୍ୟର୍କା ଗୁରୁପଦ ବଳିଆରସିଂହ, ବିଶିଷ୍ଟ ଓଡ଼ିଶୀ ଭୋକାଲ ଗୁରୁ ଡ. ସଂଗୀତ ଗୋସାଇଁ ଯୋଗଦେଇ ଭାରତୀୟ ଲୋକକଳା ଉପରେ ଆଲୋଚନା କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ‘ଓଡ଼ିଆ ଚଳଚ୍ଚିତ୍ରରେ ଲୋକନୃତ୍ୟ’ ଶୀର୍ଷକକୁ ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଳାଞ୍ଜଳୀ ଟ୍ରଷ୍ଟର ପ୍ରତିଷ୍ଠାତା ରାମେଶ୍ୱରୀ ନନ୍ଦ ପରିଚାଳନା କରିବା ସହ ଆଗାମୀ ଦିନରେ କ୍ରମଶଃ ଲୋପ ପାଉଥିବା ଲୋକକଳାର ବିକାଶ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅର୍ଦ୍ଦେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.