ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ଜିଅନ୍ତା ଜଳିଗଲେ ଦୁଇ ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲାର ବଡ ମରଣଯନ୍ତା ବାଙ୍ଗିରିପୋଷି ଘାଟିରେ ସଡ଼କ ଦୁର୍ଘଟଣା ଥମିବାର ନାଁ ଧରୁନାହି, ପ୍ରତ୍ୟେକ ଦିନ କିଛି ନା କିଛି ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ଘାଟି ଦେଇ ଉଭୟ ରାଜ୍ୟ ଓ ୪୯ନମ୍ବର ଜାତୀୟ ରାଜପଥ ଯାଇଥିବା ଯୋଗୁଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଚଳାଚଳ କରିଥାନ୍ତି।
ସେହିପରି ଗୁରୁବାର ଭୋର ସକାଳ ପାଖାପାଖି ଛଅ ଘଟିକା ସମୟରେ ଏକ HR 47C3631 ନମ୍ବର ବିଶିଷ୍ଟ କଣ୍ଟେନର ମୁମ୍ବାଇରୁ କଲିକତା ଅଭିମୁଖେ ଯାଉଥିଲା ଏହି ସମୟରେ ପଛରୁ ଅନ୍ୟଏକ WB19F9036 ନମ୍ବର ବିଶିଷ୍ଟ ଟ୍ୟାଙ୍କର କୈାଣସି କାରଣରୁ କଣ୍ଟେନରକୁ ଧକ୍କା ଦେଇଥିଲାବୋଲି ସୂଚନା ମିଳିଛି। ଫଳରେ ଉଭୟ ଗାଡ଼ି ଘାଟିରାସ୍ତା ତଳକୁ ଖସି ପଡିବା ସହିତ ଗାଡ଼ିର ଡ଼୍ରାଇଭର ଚାପି ହୋଇ ରହିଥିଲେ । କୌଣସି କାରଣରୁ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା ଫଳରେ କଣ୍ଟେନର ଗାଡ଼ିର ଚାଳକ ଗାଡ଼ି ସହିତ ଜଳିଯାଇଥିବା ଦେଖିବାକୁ ମିଳୁଥିବା ବେଳେ ଟ୍ୟାଙ୍କର ଗାଡ଼ିର ଡ଼୍ରାଇଭର ମଧ୍ୟ ଜଳିଯାଇଥିବା କହିଛନ୍ତି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କର୍ମଚାରୀ।
ଖବର ଲେଖା ହେଲା ବେଳକୁ ଘଟଣା ସ୍ଥଳରେ ତିନି ଚାରୋଟି ଦମକଳବାହିନୀ ଦଳ ଓ ବହୁ ପୋଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ବେଳେ କେଉଁ କାରଣରୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଲା ତାହା ଜଣାପଡିନାହିଁ। ବହୁବାର ଏହି ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଦାବି ଯୋର ଧରିଥିଲା ବେଳେ ଏପର୍ଯ୍ୟନ୍ତ ସୁରକ୍ଷା ପାଇଁ କୋୖଣସି ସଠିକ୍ ପଦକ୍ଷେପ ନିଆଯାଇନାହିଁ ।ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ଡ଼୍ରାଇଭରଙ୍କୁ କୋଠର ଅର୍ଥଦଣ୍ଡ ଓ ଦଣ୍ଡ ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ବିରୋଧ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।