ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗୋଟିଏ ପଟେ ରାଜ୍ୟରେ ହାତୀ ଓ କଲରାପତରିଆ ବାଘ ଗଣନା ଚାଲିଛି। ଆଉ ଅନ୍ୟପଟେ ଓଡ଼ିଶା ଜଙ୍ଗଲରୁ ଭିନ୍ନ ଭିନ୍ନ ଦୁଇଟି ଦୃଶ୍ୟ ଆଜି ସାମ୍ନାକୁ ଆସିଛି।ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ। ଗୋଟେ ସାଧାରଣ ବାଘ ଓ ଅନ୍ୟଟି କଳାବାଘ। ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି ।

ସାଧାରଣରେ ଏହି କଳାବାଘ ଓ ମହାବଳ ଏକାଠି ରୁହନ୍ତି ନାହିଁ। ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ଶିମିଳିପାଳରେ ଟ୍ରାପ କ୍ୟାମେରା ଲାଗିଛି । ଯେଉଁଥିରୁ ଏହି ଦୁଇ ବାଘ ପାଖାପାଖି ଚାଲୁଥିବା ଦେଖିବାକୁ ମିଳିଥିବା ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଘଡ଼ିଆଳ ଓ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବା ବେଳେ ଏଭଳି ଦୁଇଟି ଖବରକୁ ନେଇ ବନ୍ୟଜନ୍ତୁ ପ୍ରେମୀମାନେ ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଏହା ଏକ ମାଇଲ୍‌ଖୁଣ୍ଟ ହେବ ବୋଲି କୁହାଯାଉଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ ମହାନଦୀ ହେଉଛି ଘଡ଼ିଆଳଙ୍କ ଶେଷ ସ୍ଥାନ।

ଗୋଟିଏ ସମୟ ଥିଲା ଓଡ଼ିଶାରେ ଘଡ଼ିଆଳ ଲୋପ ପାଇଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ଆଜି ସକାଳ ସମୟରେ ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ ଜନ୍ମ ଗ୍ରହଣ କରିଛନ୍ତି। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ପିସିସିଏଫ୍‌ଙ୍କ ଏଭଳି ସୂଚନା ପରେ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିବା ଘଡ଼ିଆଳର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସହ କଡ଼ା ନଜର ରଖିଛନ୍ତି।

Leave A Reply

Your email address will not be published.