ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଛି ଘମାଘୋଟ୍ ଲଢେଇ। ଏହାରି ଭିତରେ ଛାତି ଥରେଇ ଦେଲା ଭଳି ଖବର ସାମ୍ନାକୁ ଆସିଛି। ୟୁକ୍ରେନରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିବାର ଖବର ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି। । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଟ୍ୱିଟରରେ ସେୟାର କରି ସୂଚନା ଦେଇ ଲେଖିଛନ୍ତି ଯେ ବିଶେଷ କରି ୟୁକ୍ରେନରେ ଫସିରହିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହ ମାରପିଟ ଓ ହିଂସାର ଖବର ସାମ୍ନାକୁ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କିତ ଏକ ଭିଡିଓ ଜାରି କରି ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି ।
ଭାରତ ସରକାରଙ୍କ ତତ୍ପରତା ହେତୁ ଯୁଦ୍ଧ ଆରମ୍ଭରୁ ବହୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧର ବିଭିଷୀକାରୁ ମୁକୁଳାଇ ସ୍ୱଦେଶ ଫେରାଇ ଅଣାଯାଇଛି । ହେଲେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଏପରିକି ସେଠାରେ ସେମାନେ ୟୁକ୍ରେନ ସେନା ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି।
ୟୁକ୍ରେନ ସେନା ସେମାନଙ୍କୁ ଗୋରୁଗାଈ ପରି ପିଟୁଥିବା କହି ଉଦ୍ଧାର ପାଇଁ ଭିଡିଓ ଜରିଆରେ ମୁକୁଳାଇବା ପାଇଁ କରୁଣ ନିବେଦନ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ସେମାନଙ୍କ ସହ ଭେଦଭାବ ନୀତି ଆପଣାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ଏପରିକି ନିଜ ଉପରେ ବିତୁଥିବା ଲୋମଟାଙ୍କୁରା କାହାଣୀର ଭିଡିଓ କରି ଉଦ୍ଧାର ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ବହୁ ଛାତ୍ରଛାତ୍ରୀ।
My heart goes out to the Indian students suffering such violence and their family watching these videos. No parent should go through this.
GOI must urgently share the detailed evacuation plan with those stranded as well as their families.
We can’t abandon our own people. pic.twitter.com/MVzOPWIm8D
— Rahul Gandhi (@RahulGandhi) February 28, 2022
ରାହୁଲ ଗାନ୍ଧୀ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲାଣ୍ଡ ଯାଉଥିବା ଭାରତୀୟ ଛାତ୍ରଙ୍କ ଦଳ ଉପରେ ଆକ୍ରମଣ ହୋଇଥିଲା। କିଛି ସେନା ଆସି ଛାତ୍ରଛାତ୍ରୀଙ୍କ ଜୋରଜବରଦସ୍ତି ଉଠାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଠେଲା ପେଲା କରୁଛନ୍ତି । ମାରପିଟ୍ ବି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ ଜଣେ ଭାରତୀୟ ଛାତ୍ରଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି ଏବଂ ସେ ସାହାଯ୍ୟ ପାଇଁ ପିଏମ ମୋଦୀଙ୍କୁ ନିବେଦନ କରି ଜଣେ ଛାତ୍ର ଏକ ଭିଡିଓ ଜାରି କରିଛନ୍ତି। ସେମାନଙ୍କ କହିବା କଥା ଯେ, ମାରପିଟ୍ କରୁଥିବା ସେନା ମାନେ ହେଲେ ୟୁକ୍ରେନର । ଯୁଦ୍ଧରେ ୟୁକ୍ରେନ ସେନାଙ୍କୁ ସାହାଯ୍ୟ କରୁନଥିବାରୁ ସେମାନେ ରାଗ ସୁଜାଉଛନ୍ତି ବୋଲି କହିଛନ୍ତି ଫସିରହିଥିବା ପିଲାମାନେ