ଭୁଶୁଡ଼ିଲା ନିର୍ମାଣାଧୀନ କୋଠା: ୫ ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଲିଥିଲା ନିର୍ମାଣ କାମ। ହଠାତ୍‌ ଭୁଶୁଡି ପଡିଲା ନିର୍ମାଣାଧୀନ କୋଠା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ଗଭ୍ନାବଶେଷ ତଳେ ୩ ଜଣ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି। ବେଙ୍ଗାଲୁରୁରେ ଘଟିଛି ଏଭଳି କିଛି ଦୁର୍ଘଟଣା | କୋଠା ଭୁଶୁଡ଼ିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗରୁ ଦୁଇଟି ଉଦ୍ଧାରକାରୀ ବାହିନୀ ନିୟୋଜିତ କରାଯାଇଛି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏଜେନ୍ସିର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଉକ୍ତ ସ୍ଥାନରେ ଟାଇଲ କାମ ପାଇଁ ଚୁକ୍ତି କରିଥିବା ଅହମ୍ମଦଙ୍କ କହିବାନୁସାରେ, ବିଲ୍ଡିଂରେ ଟାଇଲ କର୍ମଚାରୀ, କଂକ୍ରିଟ କର୍ମଚାରୀ ଏବଂ ପାଣିପାଇପ୍‌ କାମ କରୁଥିବା କର୍ମଚାରୀଙ୍କ ସମେତ ୨୦ ଜଣ ଶ୍ରମିକ ଥିଲେ। ସେ ଅଭିଯୋଗ କରିଛନ୍ତି ଯେ ବେସମେଣ୍ଟ ଦୁର୍ବଳ ଥିଲା, ଯାହା ଭୁଶୁଡ଼ିବାର କାରଣ ହୋଇ ଥାଇପାରେ। ତେବେ ସୂଚନା ମୁତାବକ, ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ସହରରେ ଏକ ନିର୍ମାଣାଧୀନ ୭ ମହଲା କୋଠା ଭୁଶୁଡ଼ି ପଡ଼ିଛି। ବାବୁସାପାଲିଆଠାରେ ଥିବା ଅଂଜନାଦ୍ରି ଲେଆଉଟରେ ଏହି ଘଟଣା ଘଟିଛି।

ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କୁ ଭଗ୍ନାବଶେଷ ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୧୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା କୁହାଯାଉଥିଲା। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୮ ଜଣଙ୍କୁ ରାତିରେ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ୩ରୁ ୪ ଜଣ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି।

Comments are closed.