ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଦୁବେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଦୁବେ। ସେ ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଆଜି ପ୍ରଥମେ ଭୁବନେଶ୍ବର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ। ନାଲକେରେ ସମୀକ୍ଷା ବୈଠକ ପରେ ସେ ଅନୁଗୁଳ ଗସ୍ତରେ ଯିବେ।

ସତିଶ ଚନ୍ଦ୍ର ଦୁବେ ଅନୁଗୁଳ ଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ। ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ କେନ୍ଦ୍ର ମନ୍ତ୍ରୀ। ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।  ଭୁବନେଶ୍ଵରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ବହୁତ ତଫାତ ରହିଛି। କୌଣସି ରାଜ୍ୟକୁ ଅବହେଳା କରାଯିବ ନାହିଁ। ଅଧିକାର ଅନୁସାରେ ସବୁ ମିଳିବ। କୋଇଲା ଖଣି ରୟାଲଟି ଉପରେ ନୀତି ଆୟୋଗ ବୈଠକରେ ଆଲୋଚନା ହେବ।

ବିଦେଶରୁ ଆମଦାନୀ ହେଉଥିବା ଖଣିଜ ଉପରେ ଭାରତରେ ସର୍ଭେ ଚାଲିଛି, ଯେଉଁଠି ଖଣିଜ ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ। ନାଲକେରେ ସମୀକ୍ଷା ବୈଠକ ପରେ ସେ ଅନୁଗୁଳ ଗସ୍ତରେ ଯିବେ। ସତିଶ ଚନ୍ଦ୍ର ଦୁବେ ଅନୁଗୁଳ ଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ। ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ କେନ୍ଦ୍ର ମନ୍ତ୍ରୀ। ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।

Leave A Reply

Your email address will not be published.