୨ଦିନ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା, ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଅଗଷ୍ଟ ୭ ତାରିଖ ଓ ୮ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ବିଭାଗମନ୍ତ୍ରୀ ଶ୍ରୀ ଅମିତ ଶାହା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ସୂଚନା ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଆସନ୍ତାକାଲି ୭ ତାରିଖ ସଂଧ୍ୟାରେ ଦିଲ୍ଲୀରୁ ବାହାରି ଭୁବନେଶ୍ୱରରେ ପହଂଚିବା ପରେ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।

ଶ୍ରୀ ଶାହା ଭୁବନେଶ୍ୱରରେ ରାତ୍ରଯାପନ କରିବେ । ୮ତାରିଖ ସକାଳେ ଶ୍ରୀ ଶାହା ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଏହା ପରେ କଟକ ଗସ୍ତ କରି ଶ୍ରୀ ଶାହା ପ୍ରଥମେ ଓଡିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ ତମ ବାର୍ଷିକ ଉତ୍ସବ “ପ୍ରଜାତନ୍ତ୍ରର ଅମୃତ ଉତ୍ସବ” କାର୍ଯ୍ୟକ୍ରମରେ ଯୋଗ ଦେବେ । କଟକ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ଫୁଲନଖରା, ଲିଙ୍କରୋଡ, ନିଶାମଣି ପଣ୍ଡପ, ପାଲା ମଣ୍ଡପ, ବାଦାମବାଡି, ଦୋଳ ମୁଣ୍ଡେଇ, ହରିପୁର ଓ ସେମିନାର ଛକ, ଦରଘାବଜାର ଛକରେ ବିଜେପି କାର୍ଯ୍ୟକର୍ତାଙ୍କ ଦ୍ୱାରା ସ୍ୱାଗତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ଏହା ପରେ ଅପରାହ୍ନ ୫ଟାରେ “ମୋଦି ଅ ୨୦” ପୁସ୍ତକର ବୁକ୍ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେଇ ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।କେନ୍ଦ୍ର ଗୃହ ଓ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତାଙ୍କ ମନରେ ଉତ୍ସାହ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକ ସିପ୍ରା ବାଜପେୟୀ ଓ ରାଜ୍ୟ ମୁଖପାତ୍ର

Leave A Reply

Your email address will not be published.