ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ଚାରିଆଡେ ଉତ୍ସବ ମୁଖର । ପରେଡ ରିହର୍ସାଲ ଶେଷ ହୋଇଛି । ସ୍ୱାଧୀନତା ଦିବସ ପାଇଁ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ରାଷ୍ଟ୍ରୀୟ ରାଜଧାନୀକୁ ଜଗିବେ ୧୦ ହଜାର ପୋଲିସ ଫୋର୍ସ । ଖାଲି ସେତିକି ନୁହେଁ, ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ସଜାଗ ରହିବେ ବୋଲି ସୂଚନା ମିଳିଛି। ଏହାରି ଭିତରେ ଆଜି ଭୁବନେଶ୍ୱରରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ୟ୍ୟନ୍ତ ଯାଇଥିଲା ।

ଏକ କିଲୋମିଟର ଲମ୍ବ ତ୍ରିରଙ୍ଗାକୁ ଧରି ଶୋଭାଯାତ୍ରାରେ ଯାଇଥିଲେ ବିଜେପି ନେତା ଓ କର୍ମୀ । କାର୍ୟ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ଓ ଜିଲ୍ଲା ବିଜେପିର କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପରେଡ୍ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଗତକାଲି ଫୁଲଡ୍ରେସ୍ ରିହଲସାଲ କରାଯାଇଛି । ମାଓ ଅଧ୍ୟୁସିତ ଅଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.