ପତିତ ଜମିକୁ ଚାଷ ଉପଯୋଗୀ କରାଯିବ, କୃଷି ମନ୍ତ୍ରଣାଳୟ ଓ ICRISATର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା
ଓଡିଆ ନ୍ୟୁଜ୍(ବ୍ୟୁରୋ): ପତିତ ଜମିର ପୁନରୁଦ୍ଧାର କରି ଚାଷ ଉପଯୋଗୀ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା । କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରୀକ୍ଷାମୂଳକ ଭାବେ ଗବେଷଣା କେନ୍ଦ୍ର ଅନୁଗୁଳ ଜିଲ୍ଲାର ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ଦିଗରେ ଆଲୋଚନା କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ପତିତ ଜମିର ପୁନରୁଦ୍ଧାର କରି ଚାଷ ଉପଯୋଗୀ କରିବା ଦିଗରେ ଆଲୋଚନା ହୋଇଥିବା ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପତିତ ଜମି ପୁନରୁଦ୍ଧାର ସହ ସ୍ଥାନୀୟ ଅଞ୍ଚଳରେ ଚାଷ ଏବଂ ଚାଷ ସାମଗ୍ରୀର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଯୋଜନା କରାଯିବ । ଜଙ୍ଗଲଜାତ ଦ୍ରବ୍ୟର ବିକାଶ, ଚାଷୀଙ୍କ ସହ ବଜାର ସଂଯୋଗୀକରଣ, ଚାଷୀଙ୍କ ଜୀବିକାକୁ ଉନ୍ନତ କରିବା ତଥା କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀଙ୍କୁ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ମଧ୍ୟ ଆଲୋଚନା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ପତିତ ଜମିକୁ ଚାଷ ଉପଯୋଗୀ କରାଯିବ
କୃଷି ମନ୍ତ୍ରଣାଳୟ ଓ ICRISATର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା
ପତିତ ଜମିର ପୁନରୁଦ୍ଧାର କରି ଚାଷ ଉପଯୋଗୀ କରିବାକୁ ବୈଠକରେ ଆଲୋଚନା
ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ: ଧର୍ମେନ୍ଦ୍ର
‘ବୈଜ୍ଞାନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ’
‘କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀମାନଙ୍କୁ କୁଶଳୀ କରାଯିବ’