୫ ଜଣ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଟକ ସିଡିଏମଓଙ୍କ କାର୍ଯ୍ୟାଳୟରେ ଦିଆଗଲା ଏକମାସର କିଟ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ କରିବାକୁ ସମସ୍ତ ଭାରତୀୟ ଵଦାନ୍ୟ ବ୍ୟକ୍ତିଙ୍କୁ ନିକ୍ଷୟ ମିତ୍ର ହେବା ପାଇଁ ଆହ୍ୱାନ ଦେଇଛନ୍ତି । ସେହି କ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକରୁ ୫ ଜଣ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ପାଇଁ ପଠାଇଥିବା ଏକମାସର ଏକ କିଟ(ସୁଷମ ଖାଦ୍ୟ ସହ ଔଷଧ ) ଆଜି କଟକ ସିଡିଏମଓଙ୍କ କାର୍ଯ୍ୟାଳୟ କନଫରେନ୍ସ ହଲରେ ସିଡିଏମଓ ସତ୍ୟବ୍ରତ ଛୋଟରାୟଙ୍କ ଉପସ୍ଥିତିରେ ଏକ ଭବ୍ୟ ଉତ୍ସବ ଜରିଆରେ ଦିଆଗଲା।
ମୁଖ୍ୟ ଅତିଥି ଭାବେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଏବଂ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ରୋଡ଼ ଏଡିଆରଏମ କଲ୍ୟାଣ ପଟନାୟକ, କଟକ ରେଳ ଷ୍ଟେସନ ମ୍ୟାନେଜ଼ର ସୌରଭ ମୁଖାର୍ଜି,ଡାକ୍ତର ବିଜୟ ଲକ୍ଷ୍ମୀ ନାୟକ, ଅଧ୍ୟାପିକା ଡକ୍ଟର ସନ୍ଧ୍ୟା ମହାନ୍ତି, ସମାଜସେବୀ ନମିତା ମିଶ୍ର,ନିତାଇ ଚରଣ ନନ୍ଦ, ସୁଧୀର ଶତପଥୀ ଓ ଜୟକୃଷ୍ଣ ସ୍ୱାଇଁ ଓ ଷ୍ଟୁଆର୍ଟ କଲେଜ ର ଏନ ଏସ ଏସ ଛାତ୍ର ଛାତ୍ରୀ ମାନେ ତଥା ୫ଜଣ ହିତାଧିକାରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡାକ୍ତର ବିଦ୍ୟୁତପ୍ରଭା ରାୟ। ବଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ କରିବାକୁ ସମସ୍ତ ଭାରତୀୟ ଵଦାନ୍ୟ ବ୍ୟକ୍ତିଙ୍କୁ ନିକ୍ଷୟ ମିତ୍ର ହେବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ସେହି କ୍ରମରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକରୁ ୫ ଜଣ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ପାଇଁ ପଠାଇଥିବା ଏକମାସର ଏକ କିଟ(ସୁଷମ ଖାଦ୍ୟ ସହ ଔଷଧ ) ଆଜି କଟକ ସିଡିଏମଓ ଙ୍କ କାର୍ଯ୍ୟାଳୟ କନଫରେନ୍ସ ହଲରେ ସିଡିଏମଓ ସତ୍ୟବ୍ରତ ଛୋଟରାୟଙ୍କ ଉପସ୍ଥିତିରେ ଏକ ଭବ୍ୟ ଉତ୍ସବ ଜରିଆରେ ୫ଜଣ ଟିବି ଭୁକ୍ତଭୋଗିଙ୍କୁ ଦିଆଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଏବଂ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ରୋଡ଼ ରେଳ ବିଭାଗର ଏଡିଆରଏମ କଲ୍ୟାଣ ପଟନାୟକ, କଟକ ରେଳ ଷ୍ଟେସନ ମ୍ୟାନେଜ଼ର ସୌରଭ ମୁଖାର୍ଜି,ଡାକ୍ତର ବିଜୟ ଲକ୍ଷ୍ମୀ ନାୟକ, ଷ୍ଟୁଆର୍ଟ କଲେଜ ର ଅଧ୍ୟାପିକା ଡକ୍ଟର ସନ୍ଧ୍ୟା ମହାନ୍ତି, ସମାଜସେବୀ ନମିତା ମିଶ୍ର,ନିତାଇ ଚରଣ ନନ୍ଦ, ସୁଧୀର ଶତପଥୀ ଓ ଜୟକୃଷ୍ଣ ସ୍ୱାଇଁ ଓ ଷ୍ଟୁଆର୍ଟ କଲେଜ ର ଏନ ଏସ ଏସ ଛାତ୍ର ଛାତ୍ରୀ ମାନେ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ସ୍ୱାସ୍ଥ୍ୟ ସଂଯୋଜିକା ବିଦ୍ୟୁତପ୍ରଭା ରାୟ।
ସିଡିଏମଓ ଡାକ୍ତର ଛୋଟରାୟ ଟିବି ରୋଗର କାରଣ ଓ ନିଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ବଡୁ ଜନ ସଚେତନତା ଜରିଆରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା କୁ ଆଗକୁ ନେବାପାଇଁ କେନ୍ଦ୍ର ମନ୍ତ୍ରୀ ବୈଷ୍ଣବଙ୍କ କଟକରେ ନିକ୍ଷୟ ମିତ୍ର ହେବା ଆମ ପାଇଁ ପ୍ରେରଣାର ବିଷୟ ବୋଲି କହି ବୈଷ୍ଣବଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ତଥା କଟକର ଜଣେ ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିକ୍ଷୟ ମିତ୍ର ହେବାକୁ ନିଜର ସଂକଳ୍ପ ଘୋଷଣା ମଧ୍ୟ କରିଥିଲେ କଟକ ନଗର ସଭାପତି ।