ବାତ୍ୟା “ଦାନା”କୁ ନେଇ ବାହାନଗାରେ ଜରୁରୀ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାତ୍ୟା “ଦାନା”କୁ ନେଇ ବାହାନଗାରେ ଜରୁରୀ ବୈଠକ | ବାଲେଶ୍ୱର ଜିଲ୍ଲା ବାହାନଗାରେ ବାତ୍ୟା “ଦାନା” କୁ ନେଇ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ସୋର ନିର୍ବାଚନ ମଣ୍ଡଳୀ ବାହାନଗା ବ୍ଲକ ପରିସର ରେ ବାତ୍ୟା ଦାନା କୁ ନେଇ ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକ ରେ ସୋର ବିଧାୟକ ମାଧବ ଧଡ଼ା ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗ ଦେଇଥିଲେ। ବାହାନଗା ବ୍ଲକ ସମୁଦ୍ର କୁଳଵର୍ତ୍ତି ଅଂଚଳ ହୋଇଥିବାରୁ ବାତ୍ୟା ର ପ୍ରଭାବ ନିଶ୍ଚିତ ଭାବେ ରହିବ।

ଏହି ପ୍ରଭାବ ରେ ଜନସାଧାରଣ ଙ୍କ ର କୌଣସି ଅସୁବିଧା ନହୁଏ, ଖାଦ୍ୟ, ପାନୀୟ, ବାତ୍ୟା ଆଶ୍ରୟ ସ୍ଥଳୀ ସୁ ବ୍ୟବସ୍ଥା, ସବୁ ବିଭାଗ ଅଧିକାରୀ ମାନେ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ | ଏଥିରେ ବାହାନଗା ବ୍ଲକ ବିଡିଓ, ତହସିଲଦାର, ଦମକଳ ଆଧିକାରୀ ମାନେ ଉପସ୍ଥିତ ଥିଲେ l

Comments are closed.