ଓଡ଼ିଆ ନ୍ୟୁଜ୍: କରାଚୀରେ ଆମେରିକା ଦୂତାବାସ ଉପରେ ଆକ୍ରମଣ। ଇରାନର ସର୍ବୋଚ୍ଚ ନେତାଙ୍କୁ ହତ୍ୟା ପ୍ରତିବାଦରେ ଭଙ୍ଗାରୁଜା।ପୋଲିସ ସହ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ସ୍ଥିତି; ୬ ମୃତ।୩୦ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ପୋଲିସ ଲାଠି ମାଡ଼ରେ ଆହତ।ବାଗଦାଦରେ ମଧ୍ୟ ଆମେରିକା ଦୂତାବାସ ଉପରେ ଆକ୍ରମଣ।
ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିରୋଧ ପ୍ରଦର୍ଶନକାରୀମାନେ ଖାମେନେଇଙ୍କ ସପକ୍ଷରେ ନାରାବାଜି କରୁଛନ୍ତି । କରାଚୀରେ ଥିବା ଆମେରିକୀୟ ଦୂତାବାସର ମୁଖ୍ୟ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । କାର୍ଯ୍ୟାଳୟ ଉପରକୁ ସେମାନେ ପଥର ମାଡ କରି ଟାୟାର ଜାଳିଛନ୍ତି । ଏପରିକି ଇରାନ ଏବଂ ଖାମନେଇ ଜିନ୍ଦାବାଦ ନାରାବାଜି କରିଥିଲେ ।
ଅନେକ ଭିଡିଓ ଏବଂ ଫଟୋରେ ଦେଖିବାକୁ ମିଳିଛି ଯେ, ଆମେରିକା ଦୂତାବାସରେ ନିଆଁ ଲଗିଛି । ନିଆଁର ପ୍ରକୋପ ଖୁବ୍ ଭୟଙ୍କର ରହିଛି । ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରୁଛନ୍ତି । ଏହାକୁ ପୋଲିସ ନିୟନ୍ତ୍ରଣ କରିବା ପାଇଁ ଗୁଳିମାଡ଼ କରିଛି । ଘଟଣାରେ ୮ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଖବର ମିଳୁଛି ।