ଓଡ଼ିଆ ନ୍ୟୁଜ୍: ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ IAS ଉଷା ପାଢ଼ୀ। ହାଇକୋର୍ଟରେ ନିଃସର୍ତ୍ତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଷା ପାଢ଼ୀ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ଦାଖଲ କଲେ। ନିର୍ଦ୍ଦେଶ ପାଳନ ହୋଇଥିବାରୁ ଅଦାଲତ ଅବମାନନା ମାମଲା ରଦ୍ଦ କଲେ ହାଇକୋର୍ଟ।ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କ ବିରୋଧରେ ଵି ମାମଲା ରଦ୍ଦ।
ଆଠଗଡ଼ ବାସିନ୍ଦା ପିଲୋନା ମହାନ୍ତି ନଗର ଉନ୍ନୟନ ବିଭାଗରେ ୩୩ ବର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରି ନିୟମିତ କରାଇବା ଲାଗି ସେ ଦାୟର କରିଥିବା ମାମଲାର ଶୁଣାଣି କରି ୨୦୨୪ ମସିହାରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ଯାହାକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ପ୍ରତିପକ୍ଷ । କିନ୍ତୁ ଗତ ବର୍ଷ ଜୁଲାଇ ୧୦ରେ ଡିଭିଜନ ବେଞ୍ଚ୍ ପିଲୋନାଙ୍କ ସପକ୍ଷରେ ରାୟ ଶୁଣାଇଲେ । କୋର୍ଟଙ୍କ ରାୟ ୮ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ହୋଇଥିଲା । ହେଲେ ତାହା କାର୍ଯ୍ୟକାରୀ ହେଲାନାହିଁ । ଯାହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ ।