ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦକ୍ଷିଣ-ପୂର୍ବ ରେଳପଥର ଅମର୍ଦାରୋଡ ରେଳଷ୍ଟେସନ ନିକଟରେ ଭେକ୍ଯୁମ ପାଇପ ଅଚଳ ହେବାରୁ ଇଞ୍ଜିନ ଠାରୁ ବଗି ହେଲା ଅଲଗା। ବିଶେଷଜ୍ଞ ଟିମ ର ତଦାରଖ ପରେ ପାଖାପାଖି ଏକ ଘଣ୍ଟାର ବିଳମ୍ବ ପରେ ଯାତାୟାତ ହେଲା ସ୍ବାଭାବିକ।
ସୂଚନା ଅନୁସାରେ ଆଜି ଦିନ ୧୨.୪୫ ମିନିଟ ସମୟରେ ସାନ୍ତରାଗାଛି ରୁ ଭଦ୍ରକ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ ଅମର୍ଦାରୋଡ ରେଳଷ୍ଟେସନ ଅତିକ୍ରମ ପରେ ଗାଡ଼ି ର ଭେକ୍ଯୁମ ପାଇପ ଅଚଳ ହୋଇଯାଇଥିଲା।ଫଳରେ ଗାଡ଼ି ର ଇଞ୍ଜିନ ଠାରୁ ବଗି ଗୁଡ଼ିକ ଅଲଗା ଅଲଗା ହୋଇଯାଇଥିଲା। ଅମର୍ଦାରୋଡ ଗେଟ ଉପରେ କିଛି ବଗି ରହିଯାଇଥିବା ବେଳେ ସେଠାରୁ ପାଞ୍ଚ ଶହ ମିଟର ରେ ଆଉକିଛି ବଗି ରହିଥିଲା ଏବଂ ସେଠାରୁ ଆଉ କିଛି ଦୂରରେ ଇଞ୍ଜିନ ରହିଥିଲା।
ଖବରପାଇ ଷ୍ଟେସନ ମେନେଜର ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବା ପରେ କିଛି ସମୟର ବ୍ୟବଧାନ ରେ ଘଟଣାସ୍ଥଳରେ ରେଳ ବିଭାଗ ର ବିଶେଷଜ୍ଞ ଟିମ ପହଞ୍ଚି ଘଟଣା ର ତଦାରଖ କରିଥିଲେ ପରେ ଟ୍ରେନ ର ବଗି ଗୁଡ଼ିକ ସହ ଇଞ୍ଜିନ ର ସଂଯୋଗ କରାଯାଇ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ତେବେ ପ୍ରବଳ ଗରମ ଯୋଗୁଁ ଅମର୍ଦାରୋଡ ରେଳ ଫାଟକ ପାରି ହେବାକୁ ଶହଶହ ଲୋକେ ଛଟପଟ ହେଉଥିବା ବେଳେ ପାଖାପାଖି ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବିଳମ୍ବ ରେ ଯାତ୍ରା ସ୍ବାଭାବିକ ହୋଇଥିଲା।