ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ । ତୀର୍ଥ ଯାତ୍ରୀ ମିନି ବସକୁ ଧକ୍କା ଦେଲା ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣା ନେଇଛି ୭ ଜୀବନ। ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିୟାଣାର ଅମ୍ବାଲାରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଅମ୍ବାଲା ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି। ଏହି ଗାଡିରେ ସମୁଦାୟ ୨୬ ଜଣ ଲୋକ ଯାତ୍ରା କରୁଥିଲେ। ଏଥିରେ ୨୫ରୁ ଅଧିକ ଲୋକେ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅମ୍ବାଲା-ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ସୂଚନା ଅନୁଯାୟୀ, ମୃତାହତମାନେ ଉତ୍ତରପ୍ରଦେଶର ବୁଲନ୍ଦସହର ବାସିନ୍ଦା ।

ସମସ୍ତେ ଗୋଟିଏ ପରିବାରର । ସମସ୍ତେ ମିଶି ଜମ୍ମୁ-କାଶ୍ମୀର ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏକ ମିନି ବସ୍‌ରେ ଯାଉଥିଲେ । ଆଜି ଭୋର୍ ସମୟରେ ଅମ୍ବାଲା ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ବସ୍ ଆଡକୁ ବଢୁଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଆସି ପଛପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ନିମିଷକରେ ମିଳାଇ ଯାଇଥିଲା ସବୁ ଖୁସି । ଦୁର୍ଘଟଣାରେ ବସ୍‌ଟି ପୁରା ଚୁରାମାର୍ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସକାଳ ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପରିବାର ମେ ୨୩ ତାରିଖ ସନ୍ଧ୍ୟାରେ ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ବାହାରିଥିଲେ।

ସମସ୍ତ ଯାତ୍ରୀ ପରିବାରର ସଦସ୍ୟ ଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଝିଅ ସାମିଲ ଅଛି। ଏହି ଦୁର୍ଘଟଣାରେ ହରିୟାଣାର ସୋନିପତର ଜଖୋଲୀ ନିବାସୀ ବିନୋଦ (୫୨)ଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଉତ୍ତରପ୍ରଦେଶର ବୁଲନ୍ଦଶାହର କକୌ଼ର ମନୋଜ (୪୨) ଏବଂ ମେହେର ଚାନ୍ଦ, ଗୁଡ୍ଡି, ହାସନପୁରର ଜଣେ ବାସିନ୍ଦା (୪୬), ଜଣେ ୬ ମାସର ଝିଅ ଦୀପ୍ତି ପ୍ରାଣ ହରାଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି।

 

Comments are closed.