ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡା : ବିଜୟନଗର ଠାରେ ଭାଜପାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ସାରା ଦେଶରେ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ “ମେରା ମାଟି ମେରା ଦେଶ “କାର୍ଯ୍ୟକ୍ରମ ଜାରିରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଭାଜପା ତରଫରୁ ଶୁକ୍ରବାର ବିଜୟ ନଗର ଠାରେ ସମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ମୁଖ୍ୟଆକର୍ଷଣ ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ବେଳ ଜିଲ୍ଲା ସଭାପତି କିଶୋର ପଣ୍ଡା, ସମ୍ପାଦିକା ଝିଲି ଦାସ, ରାଜ୍ୟ ଓବିଶି ମୋର୍ଚ୍ଚା ଉପସଭାପତି ଦୁର୍ଗା ପ୍ରସନ୍ନ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାଶ, ସଞ୍ଜୟ କୁମାର ରଥ ଗନ୍ଧର୍ବ ନାୟକ ଉପସ୍ଥିତ ଥିଲେ l ବିଜେପି କର୍ମୀ ମାନେ ବିଜୟ ନଗର ଗାଁ ରେ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଘରକୁ ଘର ବୁଲି ଅମୃତ ବାଟିକା ନିମନ୍ତେ ମାଟି ସଂଗ୍ରହ କରିଥିଲେ l ଦେଖିବାକୁ ମିଳିଥିଲା ଦଳ ବଳ ନିର୍ବିଶେଷରେ ସଭିଏଁ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଅମର ସହିଦ ମାନଙ୍କ ନିମନ୍ତେ ସ୍ବେଛାକୃତ ମୁଠାଏ ଲେଖାଏଁ ମାଟି ପ୍ରଦାନ କରିଛନ୍ତି l
ଗ୍ରାମ ଠୁ ସହର ସବୁ ସ୍ଥାନରୁ ପୂଜା ଅର୍ଚ୍ଚନା ସହିତ ସଂଗୃହିତ ମାଟି ଦିଲ୍ଲୀ ରେ ସହିଦ ଯବାନ ମାନଙ୍କ ପାଇଁ ଉଦିଷ୍ଟ ଅମୃତ ବାଟିକା ବ୍ୟବହୃତ ହେବ ସମସ୍ତ ଭାରତୀୟ ସମର୍ପିତ ହୋଇ ଐକତା ରେ ପ୍ରତିବନ୍ଧିତ ହେବେ ବୋଲି ଡକ୍ଟର ସିଂହାର ଗଣମାଧ୍ୟମ କୁ କହିଛନ୍ତି l ସେହିପରି ଶ୍ରୀଦାସ ନିଜ ପଂଚାୟତ ବାସୀଙ୍କର ଏହି ମହାନ କାର୍ଯ୍ୟକ୍ରମରେ ପୂର୍ଣ୍ଣ ଭାଗିଦାରୀତାକୁ ବେଶ ପ୍ରଶଂସା କରିଛନ୍ତି l ବିଶେଷ କରି ମହାକାଳପଡ଼ା ବାସୀଙ୍କ ଅକୁଣ୍ଠ ସହଯୋଗ ନେଇ ଉପସଭାନେତ୍ରୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।