ଜ୍ଞାନବାପି ସର୍ଭେ ସପକ୍ଷରେ ବାରାଣାସୀ କୋର୍ଟଙ୍କ ରାୟ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଜ୍ଞାନବାପି ସର୍ଭେ ସପକ୍ଷରେ ରାୟ ଦେଇଛନ୍ତି  ବାରାଣାସୀ କୋର୍ଟ। ବିବାଦୀୟ ଅଂଶକୁ ବାଦ୍ ଦେଲେ ସମଗ୍ର ପରିସରର ବୈଜ୍ଞାନିକ ସର୍ଭେକୁ କୋର୍ଟ ଅନୁମୋଦନ କରିଛନ୍ତି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ଅଦାଲତ ଏଏସଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। “ମୋ ଆବେଦନକୁ ଅନୁମୋଦନ ମିଳିଛି ଏବଂ ଅଦାଲତ ସିଲ୍ ହୋଇଥିବା ବଜୁ କୁଣ୍ଡକୁ ଛାଡ଼ି ମସଜିଦ ପରିସରର ଏଏସଆଇ ସର୍ଭେକୁ ଅନୁମତି ଦେଇଛନ୍ତି ।

ଆସନ୍ତା ଅଗଷ୍ଟ ୪ ତାରିଖରେ ଏଏସଆଇ ଏହି ସର୍ଭେ ରିପୋର୍ଟ ଜିଲ୍ଲା ଜଜଙ୍କ ନିକଟରେ ଦାଖଲ କରିବେ । ଜ୍ଞାନବାପି ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ଓ କାର୍ବନ ଡେଟିଂ କୁ ଅନୁମତି ଦେବା ପାଇଁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ। ଏ ସମ୍ପର୍କରେ ଗୋଟିଏ ପକ୍ଷ କହୁଛି ଯେ ଏହା ଶିବଲିଙ୍ଗ ଏବଂ ଅନ୍ୟ ପକ୍ଷ କହୁଛି ଯେ ଏହା ଏକ ଫାଉଣ୍ଟେନ ।

ଏବେ ଏହି ପରିସରର ସର୍ଭେ କରାଗଲେ ମସଜିଦ କେତେ ପୁରୁଣା ଏବଂ ଏଥିରେ ହିନ୍ଦୁ ପକ୍ଷ କରିଥିବା ଦାବିରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିବ।

ଏହା ପୂର୍ବରୁ କୋର୍ଟ କମିଶନର ଅଜୟ ମିଶ୍ର ଗତ ୬-୭ ତାରିଖରେ ଜ୍ଞାନବାପି କ୍ୟାମ୍ପସରେ ସର୍ଭେ କରିଥିଲେ। ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ମସଜିଦ ପରିସରର କାନ୍ଥରେ ଦେବଦେବୀଙ୍କ କଳାକୃତି, କିଛି ପଦ୍ମ କଳାକୃତି ଏବଂ ଶେଷନାଗ ଭଳି ଚିତ୍ର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.