ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି |ଏକାସାଙ୍ଗେ ପ୍ରଶାନ୍ତଙ୍କ ଘର ସମେତ ୮ଟି ସ୍ଥାନରେ ଚାଲିଛି ଚଢାଉ ।ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ ।
ତେବେ ଚଢାଉ ହେଉଥିବା ୮ଟି ସ୍ଥାନରେ ମଧ୍ୟରେ ଗଞ୍ଜାମ ଏବଂ ଭୁବନେଶ୍ୱରର ଏକାଧିକ ସ୍ଥାନ ରହିଛି । ଅଫିସରେ ମଧ୍ୟ ଚାଲିଛି ଚଢାଉ । ଏହି ଚଢାଉରେ ୮ ଜଣ ଡିଏସ୍ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି ।ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସବିଶେଷ ସୂଚନା ମିଳିନାହିଁ । ରେଡ୍ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।
ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ପୁଳା ପୁଳାସୁନା ଅଳଙ୍କାର ଓ ନଗଦ କିଛି ଟଙ୍କା ଜବତ କରାଯାଇଛି। ଏଡି ଚଢ଼ାଉରେ ଭିଜିଲାନ୍ସର ୮ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଶାନ୍ତ ଆୟବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ପ୍ରଶାନ୍ତଙ୍କ ଘରେ ଚଢ଼ଉ କରିଛି।