ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ନୀଳଗିରି ବାଲିଗୋହିରୀ ଠାରେ ଶ୍ରୀ ଜେନା ରହୁଥିବା ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି।

ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲାରେ ଥିବା ପୈତୃକ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। OMBAD-C ପାଣ୍ଠି ହଡ଼ପ ଅଭିଯୋଗରେ ପରୀକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡ଼ା ଘର,ମୟୂରଭଞ୍ଜର ଥିବା ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ  ଭିଜିଲାନ୍ସର ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୬ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଶ୍ରୀ ଜେନାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି।

ସେହି ମାମଲା ଆଧାରରେ ଆଜି ଏହି ଚଢ଼ଉ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ସମେତ ବୀମା, ବ୍ୟାଙ୍କ୍ ବାଲାନ୍ସ ଓ ଅନ୍ୟାନ୍ୟ ସଂପତ୍ତିର ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ସେ ମୟୂରଭଞ୍ଜର ବାରିପଦା ସଦରରେ ବିଡିଓ ଥିଲେ। ଏହି ଘଟଣାରେ ଭିଜିଲାନ୍ସ ଟିମ୍  ମୟୂରଭଞ୍ଜର ଥିବା ପୈତୃକ ଘରେ ରେଡ୍ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି।

Leave A Reply

Your email address will not be published.