ମନରେଗା ଯୋଜନାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମନରେଗା ଯୋଜନାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ | ପୋଖରୀ ନାହିଁ ,ତୁଠ ନିର୍ମାଣ ସଂପୁର୍ଣ୍ଣ ହେବାକୁ ନେଇ ଟଙ୍କା ଉଠାଣ । ଏମିତି ଅଭିଯୋଗକୁ ନେଇ ଆଜି ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି । ଆଜି ସକାଳ ପ୍ରାୟ ୧୧ଟା ସମୟରେ ଭିଜିଲାନ୍ସ ବିଭାଗର ଡିଏସପି ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ତଦନ୍ତ କରିବା ପାଇଁ ବାସୁଦେବପୁର ବ୍ଲକ ପରିସରରେ ପହଞ୍ଚିଥିଲେ । ସ୍ଥାନୀୟ ବିଡିଓ ସଞ୍ଜିବକୁମାର ସାହୁଙ୍କ ସହ ଯୋଗାଯୋଗ କରିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ପଣ୍ଡାଙ୍କୁ ଘଟଣାସ୍ଥଳ ଦେଖାଇବା ପାଇଁ ସାଥିରେ ଧରି ସୁଦର୍ଶନପୁର ପଞ୍ଚାୟତରେ ପହଞ୍ଚିଥିଲେ । ଯାହାକୁ ନେଇ ବ୍ଲକ ପରିସରରେ କୋକୁଆ ଭୟ ଖେଳିଯାଇଥିବା ସହଜରେ ବାରି ହୋଇପଡୁଥିଲା ।

ଏଠାରେ ସୂଚନା ଦିଆଯାଇପାରେ,ପଞ୍ଚାୟତର ବିଲମଙ୍ଗଳା ପୋଖରୀ ଖନନ ଓ ତୁଠ ନିର୍ମାଣ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ହୋଇଥିବାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ତତକାଳୀନ ବିଡିଓ ସତ୍ୟଜିତ ରାଉତଙ୍କ ନିକଟରେ ଅଭିଯୋଗ କରିଥିଲେ । କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କାରଣରୁ ଗ୍ରାମବାସୀମାନେ ମିଳିତ ଭାବରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଧାରଣାସ୍ଥଳରେ ପୋଖରୀ ନଥିବା ବେଳେ ତୁଠ କୁଆଡୁ ଆସିଲା ବୋଲି ସାଧାରଣ ଲୋକଙ୍କ ପ୍ରଶ୍ନରେ ଘାଇଲା ହୋଇଥିବା କନିଷ୍ଠଯନ୍ତ୍ରୀ ଜଣକ ଏବାବଦକୁ ଉଠାଣ ହୋଇଥିବା ଅର୍ଥରାଶି ଫେରସ୍ତ କରାଯିବା ସହ ଯୋଜନାର ସଫଳ ରୁପରେଖ ପାଇଁ ଆଶ୍ୱାସନା ଦେଇଥିଲେ ।

ଏହି ଘଟଣାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କୈାଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ମାମଲାର ତଦନ୍ତ ଏବେ ଭିଜିଲାନ୍ସ ହାତରେ । ଏନେଇ ବିଡିଓ ଶ୍ରୀ ସାହୁ କୁହନ୍ତି, ମୁଁ ନୂଆ କରି ଏବେଏବେ ଆସିଛି । ଏହି ଘଟଣା ସଂପର୍କରେ କିଛି ଜାଣିନଥିବା ସହିତ ତଦନ୍ତରେ ଆସିଥିବା ଭିଜିଲାନ୍ସ ବିଭାଗକୁ ସମସ୍ତ ପ୍ରକାରର ସହେଯାଗ କରାଯାଉଛି । ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀକୁ ଦଣ୍ଡ ଦିଆଯିବ ।

Leave A Reply

Your email address will not be published.