ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଡିଭିଜନ ଏଇଇ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନ ଏଇଇଙ୍କ ଘରେ ଭିଜିଲାନ୍ସ ରେଡ୍ । ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଏନ୍‌.ଦିଲ୍ଲୀପ ଚୌଧୁରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍‌ । ବ୍ରହ୍ମପୁର ଓ ଭୁବନେଶ୍ବର ସମେତ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍‌ । ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ସ୍ଥିତ ଘର ସହ ଅଫିସରେ ରେଡ୍ କରାଯାଉଛି ।୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ଚଢାଉ କରିଛି ।

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଏନ୍‌.ଦିଲ୍ଲୀପଙ୍କ ବାସଭବନ ସମେତ ଅନେକ ସ୍ଥାନରେ ରେଡ୍ ଚାଲିଛି । ବ୍ରହ୍ମପୁରର ଧର୍ମନଗର ସ୍ଥିତ ସ୍ପେକ୍ଟ୍ରମ୍ ରୟାଲ୍ ଠାରେ ଥିବା ଏକ ୨ ବିଏଚକେ ଫ୍ଲାଟ୍, ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା ଘର, ବ୍ରହ୍ମପୁରର ଆର୍ ଆଣ୍ଡ୍ ବି ଡିଭିଜନ-୧ରେ ତାଙ୍କ ଅଫିସ୍‌ ଏବଂ ଭୁବନେଶ୍ୱରର ସହିଦ ନଗରରେ ଥିବା ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟ୍‌ରେ ଏକକଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।

Leave A Reply

Your email address will not be published.