ଓଡ଼ିଆ ନ୍ୟୁଜ୍: R&B ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ସମ୍ପତ୍ତି ଠାବ।ନୀଳାଦ୍ରି ବିହାରରେ ୩ ମହଲା କୋଠା, କସମୋପୋଲିସରେ ୨ଟି ଫ୍ଲାଟ,ଉତ୍କଳ ଗ୍ୟାଲେରିଆରେ ଓ ସିମ୍ଫୋନି ମଲରେ ୨ଟି ଦୋକାନ ଠାବ।ବାବୁଙ୍କ ରହିଛି ମୋଟ ୧୩ଟି ଦାମୀ ପ୍ଲଟ୍- ୯ଟି ଭୁବନେଶ୍ୱରରେ, ୩ଟି ନୟାଗଡ଼ ଓ ଗୋଟିଏ ଖୋର୍ଦ୍ଧାରେ ରହିଛି।
ଏହି ରେଡରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଭିଜିଲାନ୍ସ ଟିମ ରାଜକିଶୋର ଜେନାଙ୍କ ବାସଭବନ ଓ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ସମ୍ପତ୍ତି ସମ୍ପର୍କିତ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି।