ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ଼: ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ ୧ କୋଟି ୩୬ ଲକ୍ଷ ନଗଦ ଟଙ୍କା ଜବତ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ଼। ୧ କୋଟି ୩୬ ଲକ୍ଷ ନଗଦ ଟଙ୍କା ଜବତ। ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରୁ ଜବତ କରିଛି ଭିଜିଲାନ୍ସ। ୧ କିଲୋ ୨୦୦ ଗ୍ରାମ ସୁନା ମଧ୍ୟ ଜବତ। ବିଭିନ୍ନ ଇନ୍ସୁରାନ୍ସ ଓ ଫିକ୍ସ ଡିପୋଜିଟ ୪ କୋଟି ଟଙ୍କାର ଥିବା ଜଣାପଡିଛି।
ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାଁରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି। ଏଲଆଇସି ଓ ମାକ୍ସ ଲାଇଫ ଇନ୍ସୁରାନ୍ସରେ ୪୪ ଲକ୍ଷ ଜମା ଦେଇଥିବା ଜଣାପଡିଛି। ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କାର ନିବେଶ ଥିବାବେଳେ କେଉଁଝର ଏସବିଆଇ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି। ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ପୂର୍ବରୁ ୨୧ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଟଙ୍କା ସହ ୬୦୨ ଗ୍ରାମର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ। ଏହାସହ କଟକରେ ଏକ ଫ୍ଲାଟ ଓ କେଉଁଝରରେ ଏକ ପ୍ଲଟ ଥିବା ଜାଣି ପାରିଛି ଭିଜିଲାନ୍ସ।