ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖାକିରେ ଦାଗ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଦୁଇ ପୁଲିସ୍ ଅଧିକାରୀ । ଏଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାଲେଶ୍ଵର ପୁଲିସ୍ ର ଦୁଇ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ । ଦୁଇ ପୁଲିସ୍ ଅଧିକାରୀ ଚାନ୍ଦିପୁର ଥାନା ର ଥାନା ଅଧିକାରୀ ଗଣେଶ୍ୱର ପ୍ରଧାନ ଓ ଏ ଏସ ଆଇ ପ୍ରଦୀପ କୁମାର ମହାନ୍ତି ଓରଫ ବଳି ମହାନ୍ତି ଙ୍କୁ ଭିଜିଲାନ୍ସ ଆଜି ଲାଞ୍ଚ ନେବାବେଳେ ଗିରଫ କରିଛି । ବଳରାମ ଗଡି ଅଞ୍ଚଳରେ ଥିବା ଏକ ବିଦେଶୀ ମଦ କାଉଣ୍ଟର କୁ ଏହି ଦୁଇ ଅଧିକାରୀ ବଟି ମାଗୁ ଥିଲେ। ଆଉ ଆଜି ଲାଞ୍ଚ ନେବା ବେଳେ ଦୁଇ ଅଧିକାରୀ ଙ୍କୁ ଧରିଛି ଭିଜିଲାନ୍ସ। ଦୁଇ ଅଧିକାରୀ ଲାଞ୍ଚ ପାଇଁ ୫୦ ହଜାର ଟଙ୍କା ପୂର୍ବରୁ ଦାବି କରିଥିବା ବେଳେ ଆଜି ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ଏସ୍ପି ନରହରି ନାୟକ ।
ମଦ ବ୍ୟବସାୟୀ ନବ କୁମାର ରାୟଙ୍କ ଅଭିଯୋଗ ମୂଳେ ଭିଜିଲାନ୍ସର ରେଡ୍। ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ନ ଦେଲେ ବେପାର ବନ୍ଦ କରିବାକୁ ଦୁଇ ଅଧିକାରୀ ଧମକ ଦେଇଥିଲେ। ମଦ ବ୍ୟବସାୟୀ ଦୁଇ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ। ଆଜି ବ୍ୟବସାୟୀ ଦୁଇ ଅଧିକାରୀ ଙ୍କୁ ଟଙ୍କା ଦେବାବେଳେ ପୋଷ୍ଟ ଅଫିସ ନିକଟରେ ମାଡ଼ି ବସିଲା ଭିଜିଲାନ୍ସ। ଉଭୟ ଅଧିକାରୀ ଙ୍କ ୬ ଟି ସ୍ଥାନରେ ରେଡ୍ । ଏ ଏସ ଆଇ ଙ୍କ ବନ୍ତ ଛକ, ସୋର, ସରକାରୀ କ୍ୱାର୍ଟରରେ ଚଢ଼ାଉ । ଆଇ ଆଇ ସି ଙ୍କ ସାଗର ଦର୍ଶନ ଗେଷ୍ଟ ହାଉସ, ଅଫିସ ରୁମ ଓ କେଉଁଝର ଜିଲ୍ଲା ଅର୍ଶଳା ବାସଭବନ ରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।