ଶ୍ରୀମନ୍ଦିର ଫାଇଲ ହଜିବା ନେଇ ବିସ୍ଫୋରକ ବୟାନ ଦେଲେ ବିଜୟ ମହାପାତ୍ର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହଜିଯାଇଛି ଶ୍ରୀମନ୍ଦିରର୨ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜି ଯାଇଛି। ହଜିବା ପରେ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର । ଫାଇଲରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ତେଣୁ ଏହା ହଜିବ କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଫାଇଲ ହଜିନଥିବ ବରଂ ଫାଇଲକୁ ପ୍ରଶାସନ ଲୁଚେଇବାକୁ ଚେଷ୍ଟା କରୁଥିବ ।

ଯଦି ହଜିଛି ସରକାର ଏନେଇ ଥାନାରେ ଏତଲା ଦିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେପଟେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଘଟଣା ତଦନ୍ତ କରି ଫାଇଲ ଖୋଜିବାକୁ ଚେଷ୍ଟା କରାଯିବ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ହଜାଇ ଦେଇଥିବା ରାଜ୍ୟ ପ୍ରଶାସନ ଏବେ ଶ୍ରୀମନ୍ଦିରର ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି । ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ଏବେ ଆଇନ ବିଭାଗରେ ହଜିଯାଇଛି । ଉକ୍ତ ଦୁଇଟି ଫାଇଲ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଓ ଠାବ କରିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜ ବିଭାଗ ଅଧୀନସ୍ଥ ସମସ୍ତ ଶାଖାକୁ ଚିଠି ଲେଖି ଅବଗତ କରାଇଛନ୍ତି।ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ତାକୁ ଖୋଜିବାକୁ ସେ ଅନୁରୋଧ କରିଛନ୍ତି । ଏହା ପରେ ରାଜନୈତିକ ତୁମ୍ବି ତୋଫାନ ଦେଖିବାକୁ ମିଳିଛି ।

Leave A Reply

Your email address will not be published.