ଗାଁରେ ହେବନି ଦଦରା ରାସ୍ତା: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଗାଁରେ ହେବନି ଦଦରା ରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ସହରର ରାସ୍ତା ଭଳି ହେବ ଗ୍ରାମ୍ୟ ରାସ୍ତା । ବନ୍ୟା ଓ ବାତ୍ୟା ଭୟ ଥିବା ଜିଲ୍ଲାଗୁଡିକରେ ବିପର୍ଯ୍ୟୟ ମୁକାବିଲା ପାଇଁ ପକ୍କା ରାସ୍ତା ନିର୍ମାଣ ହେବ । ଏଥିପାଇଁ ୫ ବର୍ଷରେ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତାର ଓସାର ଓ ଉଚ୍ଚତା ବଢିବ, ଡ୍ରେନେଜ ବ୍ୟବସ୍ଥା ରହିବ ଓ ସୁରକ୍ଷା ପ୍ରାଚୀର ଦୁଇପଟେ ରହିବ ।ବନ୍ୟା, ବାତ୍ୟା ପ୍ରଭାବିତ ୧୫ ଜିଲ୍ଲାରେ ଚକାଚକ ହେବ ରାସ୍ତା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏଭଳି ରାସ୍ତା ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.