ଗାଁରେ ପହଁଚିଲା ସହିଦ ଜନସନ ବେହେରାଙ୍କ ମରଶରୀର, ଅମର ରହେ ଧ୍ଵନିରେ ଗାଁ ପ୍ରକମ୍ପିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ);  ଭାରତୀୟ ନୌସେନା ରେ କାର୍ଯ୍ୟରତ ତ୍ରିନାଥ। ବେହେରାଙ୍କ ପୁଅ ସହିଦ ଜନସନ୍ ବେହେରା (୨୩)ଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ରେ ଆଜି ସକାଳୁ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।ସହିଦ ଜନସନ ବେହେରା ଅମର ରହେ ଧ୍ଵନି ରେ ଗାଁ ପ୍ରକମ୍ପିତ ହୋଇଥିଲା। ସହିଦ ଙ୍କ ମରଶରୀରକୁ ଏକ ସୁସଜ୍ଜିତ ଶବ ବାହକ ଗାଡ଼ିରେ ନୌସେନା ଅଧିକାରୀମାନେ ଆଣିଥିଲେ।

ଗତ ଚାରି ତାରିଖ ରେ ସେ ତାଙ୍କ ମାଆଙ୍କ ସହ ଫୋନ୍ ରେ କଥା ହୋଇଥିଲେ।  ତା ପରଦିନ ତାଙ୍କର  ଦୁର୍ଘଟଣା ରେ ମୃତ୍ୟ ହୋଇଥିବା ପରିବାରକୁ ଖବର ଆସିଥିଲା।ଖବର ପାଇ ଆଠଗଡ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ଵାଇଁ ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନ କୁ ନିଆଯାଇଥିଲା।ସେଠାରେ ନୌବାହିନି ତରଫରୁ ତୋପ ସଲାମୀ ଦିଆଯାଇ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶବ ସତ୍କାର କରାଯାଇଥିଲା।ତେବେ ତଦନ୍ତ ଶେଷ ହେବା ପରେ କିଭଳି ପରିସ୍ଥିତିରେ ମୁତ୍ୟୁ ହେଲା ତାର ସଠିକ୍ କାରଣ ଜଣା ପଡ଼ିବ ଓ ସରକାରଙ୍କ ନିୟମ ଅନୁଯାୟୀ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନୌବାହିନୀ ସହକର୍ମୀ ମାନେ ସୂଚନା ଦେଇଥିଲେ।

Leave A Reply

Your email address will not be published.