ବେଆଇନ ମଦ ଚାଲାଣକୁ ଧରିଲେ ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ମଦ ଚାଲାଣକୁ ଧରିଲେ ଗ୍ରାମବାସୀ। ବେଆଇନ ମଦ ନେଇଯାଉଥିବା ମଦ କୁ ଧରିଲେ ଅଂଚଳବାସି ଘଟଣା ସ୍ଥଳ ରୁ ମଦ ଛାଡି ଫେରାର ହୋଇଗଲେ ବିହାରୀ ବେପାରୀ।ଘଟଣା ସ୍ଥଳ ରେ ପୋଲିସ ପହଁଚି ମଦ କୁ ଜବଦ କରିଥିବା ନେଇ ସୂଚନା l

ସୂଚନା ଅନୁସାରେ ଆଜି ଗୁରୁବାର ଅପରାହ୍ନ ସମୟରେ ଖଇରା ବ୍ଲକ ଡୁଙ୍ଗୁରା ପଂଚାୟତ ଭୀମନାଥପୁର ଛକ ନିକଟରେ କୁପାରୀ ଆଡୁ ଏକ ବାଇକ ରେ ବେଆଇନ ମଦ ନେଇ ଜଣେ ବିହାରୀ ବେପାରୀ ବିକାଶ ଗୁପ୍ତା ଯାଉଥିବା ବେଳେ ଅଂଚଳବାସୀ ବାଇକ କୁ ଅଟକାଇ ଥିଲେ।ବାଇକରେ ମଦ ବେପାରୀ ଜଣକ ବସ୍ତାରେ ମଦ ପୁରାଇ ଚୋରା ଚାଲାଣ କରୁଥିବା ଜଣା ପଡିଥିଲା।

ଗ୍ରାମବାସୀ ମାନେ ଚୋରାମଦ ବେପାରୀକୁ ଧରି ଅବକାରୀ ବିଭାଗ ଓ ଖଇରା ପୋଲିସ କୁ ଖବର ଦେଇଥିଲେ l ଏହି ସମୟ ମଧ୍ୟରେ ମଦ ବେପାରୀ ବିକାଶ ଗୁପ୍ତା ସୁଯୋଗ ନେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା l ପୋଲିସ ପହଁଚି ଚୋରା ମଦ ଜବଦ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିକିଛି l

Leave A Reply

Your email address will not be published.