ସରକାରୀ ଗୃହ ନିର୍ମାଣ ହେବାକୁଥିବା ସ୍ଥାନରୁ ଜବରଦଖଲ ଉଚ୍ଛେଦକୁ ଗ୍ରାମବାସୀ ଙ୍କ ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରକାରୀ ଗୃହ ନିର୍ମାଣ ହେବାକୁଥିବା ସ୍ଥାନରୁ ଜବରଦଖଲ ଉଚ୍ଛେଦକୁ ଗ୍ରାମବାସୀ ଙ୍କ ବିରୋଧ | ସରକାରୀ ଜମି ଜବର ଦଖଲ ଉଚ୍ଛେଦକୁନେଇ ଉତ୍ତେଜନା। କିଛି ଭୂମିହୀନ ପରିବାର ସରକାରୀ ଜମି ଉପରେ ଘରକରି ପରିବାର ସହ ରହି ଆସୁଛନ୍ତି। ହେଲେ ସେହି ଜମିରେ ଏକ ସରକାରୀ ବିଭାଗର ଅଫିସ ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯାଇଛି। ମାତ୍ର ସେଠାରେ ବସବାସ କରୁଥିବା ଭୂମିହୀନ ପରିବାରକୁ ଥଇଥାନ କରାନଯାଇ ଉଚ୍ଛେଦକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଯାହା ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ତଥା ମୋରଡା ଥାନା ଅଧିନ ନୂଆଗାଁ ପଞ୍ଚାୟତ ସନ୍ୟାସୀ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି।

ଏକ ସରକାରୀ ସେକ୍ସନ ଅଫିସ ଗୃହ ନିର୍ମାଣ ହେବାକୁ ଥିବା ସ୍ଥାନରେ ପୂର୍ବରୁ ଜାଗା ଚିହ୍ନଟ ହୋଇ ସାରିଥିଲା ବେଳେ ସେତେବେଳେ ଚିହ୍ନଟ ଜମି ଉପରେ କୌଣସି ଘର ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଗ୍ରାମର ୫ଟି ପରିବାର ବୁଦ୍ଧିରାମ ମୁର୍ମୁ ,କାଳୀଚରଣ ମୁର୍ମୁ ,ରାଜୁ ଦାଷୀଣ ମୁର୍ମୁ, ସୁନୀଲ ମୁର୍ମୁ, ନନ୍ଦ ମୁର୍ମୁ ସହିତ ୨୦ରୁ ଅଧିକ ଲୋକେ ଭୂମିହୀନ ଥିବାରୁ ଉକ୍ତ ସ୍ଥାନରେ ଝାଟିମାଟିକାନ୍ଥ ଘର କରି ରହୁଛନ୍ତି । ତେବେ ଆଜି ପ୍ରଶାସନ ପକ୍ଷରୁ ସେହି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଏବଂ ତହସିଲଦାର, ମୋରଡା ଥାନା ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ପହଞ୍ଚିବା ପରେ ରହୁଥିବା ପରିବାର ପକ୍ଷରୁ ପ୍ରତିବାଦ କରାଯାଇଥିଲା ।

ସେହିପରି ଜବର ଦଖଲରେ ରହୁଥିବା ପରିବାରର ଗୁଡିକୁ ସରକାରଙ୍କ ପକ୍ଷରୁ ପୂର୍ବରୁ କୌଣସି ନୋଟିସ ଦିଆଯାଇ ନ ଥିବା ବେଳେ ହଠାତ୍ ଘର ଭାଙ୍ଗିବା ପାଇଁ ଆସିବା କେତେ ଠିକ ବୋଲି ପ୍ରଶ୍ନ ଉଠାଇଥିଲେ । ଏହାବ୍ୟତୀତ ଆମେ ସମସ୍ତେ ଭୂମିହୀନ ହୋଇଥିବାରୁ ଆମକୁ ପ୍ରଥମେ ବାସପଯୋଗୀ ଜମି ଯୋଗାଇ ଦେବାକୁ ଉପସ୍ଥିତ ସରକାରୀ ଅଧିକାରୀଙ୍କ ଠାରେ ଦାବି କରିଥିଲେ । ଯଦି ଜୋରଜବରଦସ୍ତ ଘର ଭାଙ୍ଗିବାକୁ ଚେଷ୍ଟା କରିବେ ତେବେ ବାଧ୍ୟହୋଇ ମୁକାବିଲା ପାଇଁ ଅସ୍ତ୍ର ଉଠାଇବୁ । ଯାହାକୁନେଇ ଘଟଣାସ୍ଥଳରେ ବେଶ କିଛି ସମୟ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିବାରୁ ଘଟଣାସ୍ଥଳରେ ମୋରଡା ତହସିଲଦାର ଉତ୍ତମ କୁମାର ଜେନା ,ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସୂଚନା ଦେଇଥିଲେ ଗ୍ରାମରେ ଖୁବଶିଘ୍ର ମିଟିଙ୍ଗ କରିବା ସହିତ ଭୂମିହୀନଙ୍କୁ ଚିହ୍ନଟ କରାଯାଇ କିପରି ଜମି ଯୋଗାଇ ହେବ ସେନେଇ ଚେଷ୍ଟା କରିବେ ବୋଲି ଗ୍ରାମବାସୀଙ୍କ ସହିତ ଉପସ୍ଥିତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହଯୋଗ ଲଡିଥିଲେ ।

ତେବେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ପରିବାରର ସଦସ୍ୟଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ମୋରଡା ଆର ଆଇ ହେମକାନ୍ତ ମହାନ୍ତ । ପ୍ରଶାସନ ପକ୍ଷରୁ ସଠିକ୍ ପ୍ରକ୍ରିୟାରେ ବ୍ୟତିକ୍ରମ ଯୋଗୁଁ ଆଜିର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖାଯାଇଥିଲା । ବିଭାଗୀୟ ପ୍ରକ୍ରିୟା ସରିବା ପରେ ପ୍ରଶାସନ ପକ୍ଷରୁ ଆଗକୁ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.