ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟିତ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।ବରମୁଣ୍ଡାରେ BSABTରେ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟିତ। ଭିସା ପାଇଁ ଆଉ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡ଼ିବନି। ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅଧିକ ଅପଚୟ ହେଉଥିଲା । ଏହାକୁ ନେଇ ବହୁ ଅଭିଯୋଗ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଏହାକୁ ନେଇ ଆଲୋଚନା କରିଥିଲେ । ଆଉ ଏହାର ସଫଳ ରୂପାୟନ ହେଉଛି ଏହି ଭିଜା ସେଣ୍ଟର୍ ।

ବର୍ତ୍ତମାନ VFS global ସେଣ୍ଟର୍ ପାଇଁ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁକେ, ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ , ଜାପାନ, ମାରୋକୋ, ଇଜିପ୍ଟ , ମାଲ୍ଟା, ଇଟାଲୀ, ଇଷ୍ଟୋନିଆ ଭଳି ୧୦ ଟି ଦେଶ କୁ ଭିସା ମିଳି ପାରିବ। ବର୍ତ୍ତମାନ ୧୬୭ ଟି ଦେଶରେ ୪ ହଜାର ସେଣ୍ଟର୍ ରହିଛି ।

Leave A Reply

Your email address will not be published.