ବିଷ୍ଣୁ ବ୍ରତଙ୍କ ମାରାଥନ ନିର୍ବାଚନ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଷ୍ଣୁ ବ୍ରତ ଙ୍କ ମାରାଥନ ନିର୍ବାଚନ ପ୍ରଚାର। ପୁଣି ବିଧାୟକ ବିଷ୍ଣୁ ବ୍ରତ କହିଲେ ସମର୍ଥକ। ଆରମ୍ଭ ହୋଇ ଯାଇଛି ନିର୍ବାଚନୀ ପ୍ରଚାର ଓ ସଭା କାର୍ଯ୍ୟ କର୍ମ। ବାସୁଦେବପୁର ରେ ମଧ୍ୟ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରାର୍ଥୀ ଙ୍କ ଶୋଭାଯାତ୍ରା ଓ ପ୍ରଚାର କାର୍ଯ୍ୟ କର୍ମ।

ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ବାସୁଦେବପୁର ରେ ଆରମ୍ଭ କରି ଦେଇଛନ୍ତି ମାରାଥନ ବୈଠକ ଓ ସଭା କାର୍ଯ୍ୟ କର୍ମ। ବିଭିନ୍ନ ପଞ୍ଚାୟତ କୁ ମାରାଥନ ଗସ୍ତ କରି ବିଜେଡ଼ି ସପକ୍ଷ ରେ ଭୋଟ ପାଇଁ ନିବେଦନ କରୁଛନ୍ତି। ନବୀନ ପଟ୍ଟନାୟକ ଙ୍କ ସଫଳ ଯୋଜନା ମାନ ଲୋକ ମାନଙ୍କ ପାଖରେ ଆଲୋଚନା କରିବା ସହ ବାସୁଦେବପୁର ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କଥା କହି ଭୋଟ ନିବେଦନ କରୁଛନ୍ତି ବିଷ୍ଣୁ ବ୍ରତ ରାଉତ ରାୟ।

ତାଙ୍କ ସହ ବିଜେଡ଼ି ନେତା ଅସିତ୍ କୁମାର ଦାସ ମଧ୍ୟ ଉପସ୍ଥିତ ରହି ବିଜେଡ଼ି ସରକାର ଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ କଥା କହୁଛନ୍ତି।ଏହି କ୍ରମ ରେ ଶୁକ୍ର ବାର ନୂଆ ଗାଁ, ଶାଶୁ ଭୁଆସୁଣୀ, ରାଜ ଘୋର ପୋଖରୀ ପଞ୍ଚାୟତ ରେ ନିର୍ବାଚନୀ ସଭା କରି ଭୋଟ ପାଇଁ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ଓ ବିଜେଡ଼ି ନେତା ଅସିତ୍ କୁମାର ଦାସ। ବିଭିନ୍ନ ସ୍ଥାନ ରେ ମିଶ୍ରଣ ପର୍ବ କରି ଅନ୍ୟ ଦଳ ର କର୍ମୀ ମାନଙ୍କୁ ମଧ୍ୟ ବିଜେଡ଼ି ରେ ମିଶାଇ କରୁଛନ୍ତି ସଂଗଠନ କୁ ମଜବୁତ୍।

Leave A Reply

Your email address will not be published.