ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ହରତାଳ କରିବ ବିଶ୍ୱହିନ୍ଦୁ ପରିଷଦ, ବିଜେପି କରିବ ସମର୍ଥନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁ ଭଳି ଭାବରେ ସାମ୍ପ୍ରଦାୟୀକ ଦଙ୍ଗା ହେଲା ଓ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ହୋଇଥିବା ଏହି ସାମ୍ପ୍ରଦାୟୀକ ଦଙ୍ଗାରେ ଜଣେ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଦାଙ୍କର ମୃତ୍ୟୁ ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା । ରାଜ୍ୟ ସରକାର ଚାହିଁଥିଲେ ଆଜି ସମ୍ବଲପୁରରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା ।
ସମ୍ବଲପୁରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ଓ ରାଜ୍ୟ ସରକାରଙ୍କର ଏହି ଘଟଣାରେ ପକ୍ଷପାତିତା ବିରୋଧରେ ୧୯ତାରିଖ ବିଶ୍ୱ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଙ୍ଗଠନ ପକ୍ଷ୍ୟରୁ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ହରତାଳ ନିମନ୍ତେ ଡାକରା ଦିଆଯାଇଛି । ଏହି ୧୨ ଘଂଟିଆ ହରତାଳ ପାଳନକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି ।

ସମ୍ବଲପୁରରୁ ବିଜେପିର ସାତ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ୍ ପ୍ରଶାସନ ଓ ବିଭିନ୍ନ ସମ୍ପ୍ରଦାୟଙ୍କ ସହ ଆଲୋଚନା କରି ଫେରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଥିଲେ ଯେ  ଏହି ବଡ ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାରେ ଚୁପ୍ ରହିବା ଚିନ୍ତାଜନକ । ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘଟଣାର ବିବୃତ୍ତି ନ ଆସିବା ଅନ୍ୟ ଏକ ଦିଗ ଆଡକୁ ଇଙ୍ଗିତ କରୁଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ତାଙ୍କର ନୀରବତା ଭାଙ୍ଗନ୍ତୁ, ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲ’ ଲେସନେସ କହୁଥିବା ବେଳେ ବିଜୁ ଜନତା ଦଳର ଯେଉଁ ବଚସ୍କର ମାନଙ୍କୁ ବାଧୁଥିଲା, ସେମାନେ ଆଜି ଏହି ଘଟଣାରେ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତି ?

Leave A Reply

Your email address will not be published.