ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ପରିଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚଳିତ ବର୍ଷ ହେଉଥିବା ଏକକାଳୀନ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଆର୍ମଷ୍ଟ୍ରଙ୍ଗ ପାମେ (ଭା.ପ୍ର.ସେ) ଓ ଡଃ ଓମ ପ୍ରକାଶ (ଭା.ପ୍ର.ସେ) ଶନିବାର ଦିନ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ପରିଦର୍ଶନରେ ଆସି, ସେଠାରେ ହେଉଥିବା ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ।

ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ବା ଡିଷ୍ଟ୍ରିକ୍ଟ ଇଲେକ୍ସନ କଣ୍ଟ୍ରୋଲ ରୁମରେ ବିଭିନ୍ନ ସେଲ ଯଥାକ୍ରମେ, ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ ସେଲ, ଏକ୍ସପେଣ୍ଡିଚର ସେଲ, ଏନକୋର ସେଲ, ମଡେଲ କୋଡ଼ ଅଫ କଣ୍ଡକ୍ଟ ସେଲ, ୱେବ କାଷ୍ଟିଙ୍ଗ, ସିଙ୍ଗଲ ଉଇଣ୍ଡୋ ସେଲ ଆଦି କାର୍ଯ୍ୟରତ ଅଛନ୍ତି ଏଣୁ ଏହି ସମସ୍ତ ସେଲ ଗୁଡିକର କାର୍ଯ୍ୟ ପ୍ରଣାଳୀ ସଠିକ ଭାବରେ ଚାଲୁଛି ନା ନାହିଁ ସେ ବିଷୟରେ ପଚାରି ବୁଝିବା ସହିତ ଏହାର ବିବରଣୀ ବିଷୟରେ ଅବଗତ ହୋଇଥିଲେ। ଏହି ସମସ୍ତ ତଥ୍ୟ ନିରୀକ୍ଷଣ କରି ପର୍ଯ୍ୟବେକ୍ଷକଗଣ ସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟ ପଦ୍ଧତିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କହିଥିଲେ ।

ଏହି ପରିଦର୍ଶନ ତଥା ନିରୀକ୍ଷଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଜିଲ୍ଲାରେ ନିର୍ବାଚନ କାର୍ଯ୍ୟର ସୁ ପରିଚାଳନା ତଦାରଖ କରିବା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଆର୍ମଷ୍ଟ୍ରଙ୍ଗ ପାମେ (ଭା.ପ୍ର.ସେ) ଓ ଡଃ ଓମ ପ୍ରକାଶ (ଭା.ପ୍ର.ସେ), ନେହା (ଭା.ରା.ସେ), ବିକ୍ରମ ଏ ଦୋଡ୍ଡମଣୀ(ଆଇ ଡି ଏ ଏସ) ଓ ବିନୋଦ ସି(ଆଇ ଏ ଏଣ୍ଡ ଏସ) ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ଉପସ୍ଥିତ ଅଛନ୍ତି I ନିର୍ବାଚନୀ ସମ୍ପକିତ ଆପତ୍ତି ଅଭିଯୋଗ ନିମନ୍ତେ ମୋବାଇଲ ନମ୍ବର ଏବଂ ଇ-ମେଲ ଦ୍ୱାରା ମଧ୍ୟ ଜନସାଧାରଣ ଯୋଗାଯୋଗ କରି ପାରିବେI

Leave A Reply

Your email address will not be published.