ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଣପୁରର ସାଧାରଣ ସଭାରେ ଯୋଗଦେଲେ ଭିକେ ପାଣ୍ଡିଆନ | ରଣପୁର ନିର୍ବାଚନମଣ୍ଡଳୀର ରଣପୁର ସହରର ପଞ୍ଚୁଦୋଳ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏବଂ ରଣପୁର ବିଧାୟକ ପ୍ରାର୍ଥୀ ସତ୍ଯନାରାୟଣ ପ୍ରଧାନଙ୍କୁ ଡବଲ ଶଙ୍ଖରେ ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି ।
ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ପାଣ୍ଡିଆନ ରଣପୁରର ମଣିନାଗ ମନ୍ଦିର, ଜଗନ୍ନାଥ ମନ୍ଦିରର ଉନ୍ନତି, ମେଡିକାଲ୍ ନବିକରଣ, ଚାନ୍ଦପୁରରୁ ରାଜସୁନାଖଳା ରାସ୍ତା ଆଦି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ମୂଖ୍ଯମନ୍ତ୍ରୀ ରଣପୁରକୁ ଦେଇଛନ୍ତି । ଆଗାମୀ ଦିନରେ ନବୀନ ଷଷ୍ଠ ଥର ପାଇଁ ମୂଖ୍ଯମନ୍ତ୍ରୀ ହେଲେ ରଣପୁର ଅଞ୍ଚଳର ଆହୁରି ବିକାଶ ହେବ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।
ରଣପୁରରେ ଆୟୋଜିତ ସଭାରେ ବହୁ ସଂଖ୍ଯାରେ ଲୋକ ଯୋଗଦେଇ ନବୀନ ସରକାରଙ୍କ ପ୍ରତି ରହିଥିବା ଭଲପାଇବା ସ୍ପଷ୍ଟ କରିଛନ୍ତି ବୋଲି ପାଣ୍ଡିଆନ୍ କହିଥିଲେ । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୂଖ୍ଯମନ୍ତ୍ରୀଭାବେ ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ ଫାଇଲରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ । ସଭା ଆରମ୍ଭରେ ବିଧାୟକ ପ୍ରାର୍ଥୀ ସତ୍ଯନାରାୟଣ ପ୍ରଧାନ ମୁଣ୍ଡିଆମାରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ।