ସର୍ବଭାରତୀୟ ସେଵା ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଭି. କେ ପାଣ୍ଡିଆନ,ଭାରତ ସରକାରଙ୍କ DOPT ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତ ସରକାରଙ୍କ DOPT ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ତଥା ପ୍ରଚାରକମିଟି ଅଧକ୍ଷ ବିଜୟ ପଟ୍ଟନାୟକ। ଓଡିଶାର ସର୍ବଭାରତୀୟ ସେଵା ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଦର୍ଶାଇ ସେ ଏହି ଚିଠି ଲେଖିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବିଜୟ କହିଛନ୍ତି ମୁଁ ଚିଠିରେ କହିଛି ଜଣେ ସର୍ବଭାରତୀୟ ସେଵା ଅଧିକାରୀ ଭି. କେ ପାଣ୍ଡିଆନ ସେଵାର ବିଭିନ୍ନ କଣ୍ଡକ୍ଟ ରୁଲକୁ ଭାଙ୍ଗୁଛନ୍ତି। ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଭି. କେ ପାଣ୍ଡିଆନ ଫଟୋ ଓ ଦଳିଅ ଶଙ୍ଖ ଚି଼ହ୍ନ ରହିଛି। ଦଳିଅ କାଯ୍ୟକ୍ରମରେ ଜଣେ କାଯ୍ୟରତ ias ଅଫିସର ଫଟୋ ରହିବା କେତେ ଦୂର ଠିକ।
ଦ୍ୱିତୀୟ କଥା ହେଉଛି ଭି କେ ପାଣ୍ଡିଆନ ବିଭିନ ଜିଲ୍ଲା ଯାଉଛନ୍ତି ଏବଂ ଅନେକ ଅର୍ଥ ବିଭିନ୍ନ ଜିଲ୍ଲା ପାଇଁ ଦେବାକୁ ଘୋଷଣା କରୁଛନ୍ତି। କିନ୍ତୁ ସରକାରୀ ନିୟମ ଅନୁଯାୟୀ କିଛି ଘୋଷଣା କରିବା ପୂର୍ବରୁ ଅର୍ଥ ବିଭାଗ ପରେ ମୁଖ୍ୟଶାଶନ ସଚିବ ପରେ ମନ୍ତ୍ରୀ ଏବଂ ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀ ଅନୁମୋଦନ ନେଇ ଘୋଷଣା କରିବା କଥା କିନ୍ତୁ ସଚିବ ତାହା କରିନାହାନ୍ତି। ଏହା ଏକ ଅପରାଧ। ଜଣେ ମନ୍ତ୍ରୀ ଘୋଷଣା କରିବା ଦଣ୍ଡନୀୟ ନୁହେଁ କିନ୍ତୁ ସଚିବ ଏହା କରିପାରିବେ ନାହିଁ।
ତୃତୀୟ କଥା ହେଉଛି ସଚିବ ଭି କେ ପାଣ୍ଡିଆନଙ୍କ ନାରେ ସୋସିଆଲ ମେଡିଆରେ ଅନେକ ଆକାଉଣ୍ଟ ରହିଛି। ସେଥିରେ ପାଣ୍ଡିଆନଙ୍କ ଫଟୋ ଓ ଭିଡିଓ ଛଡା ଯାଉଛି। ଏଭଳି ପ୍ରଚାର ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଶୋଭା ପାଏ। ଜଣେ ସରକାରୀ ଅଧିକାରୀଙ୍କୁ ନୁହେଁ।
ଚଥୁର୍ଥ କଥା ହେଉଛି ବର୍ତମାନ କିଛି ଦିନ ହେବ ବିଭିନ୍ନ ସଭାଷମିତିରେ ଭି. କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଏକ ଅଡିଓ ଶୁଣାଉଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସିଏ କହୁଛନ୍ତି। ହାର ଅର୍ଥ ସଚିବ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି। କିନ୍ତୁ ଭାରତୀୟ ସେଵାର କଡକ୍ଟ ନିୟମ ଅନୁଯାୟୀ କେଉଁ ସରକାରୀ ଅଧିକାରୀ କୌଣସି ରାଜନେତାଙ୍କ ପ୍ରତିନିଧି ହୋଇପାରିବେ ନାହିଁ। ସଚିବ ଫାଇଲ ରେ କିମ୍ବା ମନ୍ତ୍ରୀଙ୍କୁ ନିଜର ମତାମତ ଦେଇପାରିବେ।
ପଞ୍ଚାମ କଥା ହେଉଛି ମୁଖମନ୍ତ୍ରୀ ନିୟମ ମନୁନଥିବ ସଚିବଙ୍କ ବିରୋଧରେ କାଯ୍ୟନୁଷ୍ଠାନ ନେଇପାରିବେ। ତାଙ୍କର ସେହି ଅଧିକାର ଅଛି। ସରକାରୀ ଅଧିକାରୀଙ୍କୁ ସସ୍ପେଣ୍ଡ ମଧ୍ୟ କରିପାରିବେ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସେଭଳି ପଦକ୍ଷପ ନେଇପାରିବେନାହିଁ। କାରଣ ଭି କେ ପାଣ୍ଡିଆନ ହେଉଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ…. ସେଥିପାଇଁ ମୁଁ DOPT ସଚିବଙ୍କୁ ଅବଗତ କରାଇବା ପାଇଁ ତାଙ୍କୁ ଚିଠି ଲେଖିଛି।