ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ୧୯୯୯ମସିହା ଅକ୍ଟୋବର ୨୯ତାରିଖର ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ୨୪ବର୍ଷର ଏହି କ୍ଷତ ଚି଼ହ୍ନକୁ ଆଜି ବି ଭୁଲି ପାରୁନାହାନ୍ତି ଲୋକଙ୍କ ହୃଦୟରେ ଆଜି ବି ମନେ ପଡିଲେ ଆଖିରୁ ବହି ଆସୁଛି ଧାର ଧାର ଲୁହ । ଗତ ୧୯୯୯ ମହାବାତ୍ୟା କୁ ମନପକାଇ ଜନ ସାଧାରଣଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଗରଦପୁର ବ୍ଲକ ତଳକୁସମା ପଞ୍ଚାୟତ ରେଣୁକା ମଣ୍ଡପ ଠାରେ କେନ୍ଦ୍ରୀୟ ରେଡ୍ କ୍ରସ କେନ୍ଦ୍ର କଟକ ସହାୟତାରେ ଓ ସଂକଳ୍ପ ସେବା ଫାଉଣ୍ଡେସନ ତେନ୍ତୋଳ ପକ୍ଷରୁ ସେଚ୍ଛାକୃତ ରକ୍ତ ଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି ।
ଫାଉଣ୍ଡେସନ ର ସଂଯୋଜକ ପ୍ରକାଶ ମହାପାତ୍ରଙ୍କ ସଂଯୋଜନାରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପାଟକୁରା ଥାନା ଭାରପ୍ରାକ୍ତ ଅଧିକାରୀ ବିଶ୍ବଜିତ ଭୋଇ, ସରପଞ୍ଚ ପ୍ରଭାତ ନଳିନୀ ଜେନା, ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଶିବିରରେ ସମୁଦାୟ 102ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ,
ଉକ୍ତ ରେଡକ୍ରସ ତରଫରୁ ଡା ,ବିନାୟକ ପୃଷ୍ଟି,ଟେକନସିୟାନ ରଞ୍ଜିତ କୁମାର ସାହୁ, ଭାଗ୍ୟଧର ସାହୁ, ପ୍ରଶାନ୍ତ ବାରିକ୍ ରକ୍ତଦାନ ଶିବିର କୁ ସହୟତା କରିଥିବା ବେଳେ ଫାଉଣ୍ଡେସନ ର ସଭାପତି ଅମରନାଥ ବେହେରା, ସଂପାଦକ , ଆନନ୍ଦ ମହାପାତ୍ର ଉପସଭାପତି ବିଶାଳ ସ୍ବାଇଁ, ଗିରିଶ ଚନ୍ଦ୍ର ସ୍ବାଇଁ, ବିଶ୍ବଜିତ ସ୍ବାଇଁ, ସୁଶାନ୍ତ ବିଶ୍ବାଳ, ସତ୍ୟଜିତ ରାଉତ, ଶଶାଙ୍କ ଶେଖର ଦାଶ, ଶାଶ୍ବତ ବିଶ୍ବାଳ, ବିଶ୍ବଜିତ ସେଠୀ, ରାଜା ରାମମୋହନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।