ପାଗଣତିଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି

0

ପ୍ରଥମ ଥର ପାଇଁ ବ୍ଲକ ସ୍ତରରେ ହେଉଥିବା  ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।ଏଥର ନିର୍ବାଚନ ଫଳାଫଳ ତିନୋଟି ପର୍ଯ୍ୟାୟରେ ଆସିବ । ଫେବୃୟାରୀ ୨୬, ୨୭ ଓ ୨୮ରେ ଗଣତି ହେବ । ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୧୫ ଜିଲ୍ଲା ପରିଷଦ ଜୋନର ଫଳ ଫେବୃୟାରୀ ୨୬ରେ ଆସିବ । ୩୦୭ ଜିଲ୍ଲା ପରିଷଦ ଜୋନର ରେଜଲ୍ଟ ଫେବୃୟାରୀ ୨୭ରେ ଜଣାପଡିବ । ୨୨୯ ଜିଲ୍ଲା ପରିଷଦ ଜୋନ ଫଳ ଆସିବ ଫେବୃୟାରୀ ୨୮ରେ ଆସିବ । ତେଣୁ 28 ସବୁ ଚିତ୍ର ସ୍ପଷ୍ଟ ହେବ । ସକାଳ ୮ରୁ ପ୍ରତି ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଙ୍ଗ ଆରମ୍ଭ ହେବ । ପ୍ରଥମେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଫଳ ଆସିବ । ଏହାପରେ ଘୋଷଣା ହେବ ଜିଲ୍ଲା ପରିଷଦ ରେଜଲ୍ଟ । କିଏ କେଉଁ ଆସନରୁ ଜିତିଲା, ବ୍ଲକ ପରିସରରେ ଘୋଷଣା କରାଯିବ । ଜିଲ୍ଲା ପରିଷଦ ଜୋନ କ୍ରମ ଅନୁସାରେ ଗଣତି ହେବ । ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଗଣତି ଆଗ ହେବ । କ୍ରମ ଅନୁସାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଜୋନର ଗଣତି ହେବ । ୧୫ଟି ବ୍ଲକରେ ରହିଛି ଗୋଟିଏ ଜିଲ୍ଲା ପରିଷଦ ଜୋନ । ଯେଉଁଥିରେ ଦିନକରେ ଗଣତି ଶେଷ ହେବ । ୨ଟି ଜିଲ୍ଲା ପରିଷଦ ଜୋନ୍ ଥିବା ୧୨୬ ବ୍ଲକରେ ଦୁଇ ଦିନରେ ଗଣତି ସରିବ । ୩ଟି ଜୋନ ଥିବା ୧୧୫ ବ୍ଲକରେ ୩ ଦିନରେ ଗଣତି ସରିବ । ବ୍ଲକରେ ୪ଟି, ୫ଟି ୬ଟି ଲେଖାଏଁ ଜୋନ୍ ଅଛି, ସେଠାରେ ଗଣତି ଅଲଗା ଉପାୟରେ ରହିବ ।

 

Leave A Reply

Your email address will not be published.