ମତଦାତା ସଂଶୋଧନ କେନ୍ଦ୍ର ଉଦଘାଟିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମତଦାତା ସଂଶୋଧନ କେନ୍ଦ୍ର ଉଦଘାଟିତ | ଆଗକୁ ସାଧାରଣ ନିର୍ବାଚନ ୨୦୨୪ ଆସୁଥିବାରୁ ନିର୍ବାଚନରେ ମତଦାତା ମାନଙ୍କର ସଂଶୋଧନ ଏବଂ ଯୋଗଦାନ ପରମ ଆବଶ୍ୟକ ମନେହୁଏ |

ଏହା ଗତ ୨୩ ଅକ୍ଟୋବରରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚାଲୁରହିବ | ଏହି ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମତଦାତା ସଂଶୋଧନ କେନ୍ଦ୍ର ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି | ସେ ଉପସ୍ଥିତ ସମସ୍ତ କର୍ମଚାରୀ ତଥା ବୃଦ୍ଧିଜିବୀମାନଙ୍କୁ କହିଥିଲେ ଯେ ଏହି ମତଦାତା ସଂଶୋଧନ କେନ୍ଦ୍ର ରେ ଲୋକେ ନିଜର ନାମ ପଞ୍ଜିକରଣ ଓ ସଂଶୋଧନ କରିପାରିବେ |

ଆଗକୁ ନିର୍ବାଚନରେ ମଧ୍ୟ ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିପାରିବେ | ଏଣୁ ସମସ୍ତେ ମତଦାନ କରନ୍ତୁ, ଦେଶ ଏବଂ ରାଜ୍ୟର ନିର୍ବାଚନରେ ଉପଯୁକ୍ତ ଯୋଗ୍ୟ ଲୋକଙ୍କୁ ବାଛନ୍ତୁ ବୋଲି ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.