ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହେଡ଼ଲାଇନ ପଢି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ, ଆପଣ ଭାବୁଥିବେ ମାଗଣାରେ ପୁଣି ବିମାନ ଯାତ୍ରା! ଆଜ୍ଞା ହଁ, ଯଦି ଅପଣଙ୍କର ଆଗକୁ କୌଣସି ସ୍ଥାନକୁ ଯିବାର ଯୋଜନା ରହିଛି ? ଯଦି ଟିକେଟ୍ କରିନାହାନ୍ତି ତେବେ ଆପଣଙ୍କ ପାଇଁ ଆମେ ଏକ ଖୁସି ଖବର ନେଇଆସିଛୁ । ବିମାନ କମ୍ପାନୀ GoFirst ଆପଣଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି । GoFirst ତାର ସ୍ୱତନ୍ତ୍ର ବାର୍ଷିକୀ ଉପଲକ୍ଷେ ଯାତ୍ରୀମାନଙ୍କ ପାଇଁ ମାଗଣାରେ ବିମାନରେ ବୁଲିବାର ସୁଯୋଗ ଆଣିଛି ।
ବିମାନ କମ୍ପାନୀ GoFirst ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ GoFirst ସେମାନଙ୍କ ଯାତ୍ରୀଙ୍କ ପାଇଁ ଦୁଇଟି ବିଶେଷ ଅଫର ଆଣିଛି । ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟକିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇପାରିବେ । GoFirst ଏହାର ୧୭ ବର୍ଷ ପୂର୍ତ୍ତି ଅବସରରେ ୧୭ ବର୍ଷ ବୟସ୍କ ଯାତ୍ରୀଙ୍କୁ ମାଗଣା ବିମାନ ଟିକେଟ ଦେଉଛି । ଏହି ଅଫର କେବଳ ନଭେମ୍ବର ୪, ୨୦୨୩ ପର୍ଯ୍ୟନ୍ତ ବୈଧ ରହିଛି । ଏଥିପାଇଁ ଯାତ୍ରୀମାନେ୧୭ ବର୍ଷରୁ ଅଧିକ ଏବଂ ଡିସେମ୍ବର ୧, ୨୦୨୨ ସୁଦ୍ଧା ୧୮ ବର୍ଷରୁ କମ୍ ହେବା ଆବଶ୍ୟକ ।
ଯାତ୍ରୀମାନେ ଯାତ୍ରା କରିବାକୁ ହେଲେ ସେମାନଙ୍କର ପରିଚୟପତ୍ର ଦେବାକୁ ହେବ । ଆଧାର ଓ ପାସପୋର୍ଟ ପରି ପରିଚୟପତ୍ର ଦେବେ ।ଯଦି ଆପଣ ‘ଫ୍ଲାଏ ଫର୍ ଫ୍ରି’ ଅଫରର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ GoFirst ୱେବସାଇଟକୁ ଯିବାକୁ ପଡ଼ିବ ।
ସେଠାରେ ବୁକିଂ ପରିଚାଳନା ବିଭାଗରେ ସମସ୍ତ ତଥ୍ୟ ପ୍ରଦାନ କରିବେ। ଫ୍ରି ଭାଉଚର୍ ପାଇଁ ଆପଣ Get Voucher ଉପରେ କ୍ଲିକ୍ କରିବେ ।ପରେ ସେଠାରେ ଅଧାର କାର୍ଡ, ପାନ କାର୍ଡ କିମ୍ୱା ପାସପୋର୍ଟ ଅପଲୋଡ୍ କରିବାକୁ ଅପସନ୍ ଆସିବ । ସେଠାରେ ଆପଣ ଆପଣଙ୍କ ପରିଚୟପତ୍ର ଗୁଡ଼ିକୁ ଅପଲୋଡ୍ କରିବେ । ଆପଣଙ୍କ ସମସ୍ତ ତଥ୍ୟଗୁଡ଼ିକ ବୈଧ ହେବା ପରେ ଆପଣଙ୍କ ନିକଟକୁ ଏକ ମେଲ୍ ଆସିବ। ଯେଉଁଥିରେ ଆପଣଙ୍କ କନଫର୍ମ ଯାତ୍ରା ବିଷୟରେ ସୂଚନା ପାଇପାରିବେ । ସେହିପରି ଅନ୍ୟ ଯାତ୍ରୀମାନଙ୍କ ପାଇଁ ମଧ୍ୟ GoFirst ସ୍ୱତନ୍ତ୍ର ଅଫର ରଖିଛି । ଯାତ୍ରୀମାନଙ୍କ ଟିକେଟ୍ ଉପରେ ୧୭% ରିହାତି ଦେଉଛି । ହେଲେ ଏଥିପାଇଁ ଯାତ୍ରୀମାନେ ପ୍ରୋମ କୋଡ୍ GOING17କୁ ବ୍ୟବହାର କରିବାକୁ ହେବ ।
ଏହି ଅଫର ନଭେମ୍ୱର ୪ ୨୦୨୩ ଯାଏଁ ରହିଛି । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକମାନେ ସେମାନଙ୍କ ଯାତ୍ରାର ୧୫ ଦିନ ପୂର୍ବରୁ ବୁକ୍ କରିବାକୁ ହେବ । ଡେରି ନକରି ଆପଣ ଅଫରର ଫାଇଦା ଉଠାନ୍ତୁ।