ମଦ ନିଶା ଖସାଇବାକୁ ଚାଁହୁଛନ୍ତିକି? କ’ଣ କରିବେ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆପଣଙ୍କ ପରିବାରର କେହି ସଦସ୍ୟ ପ୍ରଚୁର ମଦ୍ୟପାନ କରୁଛନ୍ତି କି? କିମ୍ବା ଆପଣ ଅତ୍ୟଧିକ ମଦ୍ୟପାନ କରିଦେଇଛନ୍ତି ଓ ମଦ ନିଶାରୁ ମୁକୁଳିପାରୁନାହାନ୍ତି ଜ୍ଝ ମଦ ପିଇବା ପରେ ହେଉଥିବା ହ୍ୟାଙ୍ଗଓଭର ଖସାଇବାକୁ ଚାଁହୁଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ତୁଟୁକା ଚିକିତ୍ସା ବାବଦରେ କହିବୁ ଯାହାର ଉପଯୋଗ ମାତ୍ରେ ନିଶା କମିଯିବ ।  କାରଣ ଅତ୍ୟଧିକ ମଦ ପିଇବା ଦ୍ୱାରା ଅନେକ ସମୟରେ ହ୍ୟାଙ୍ଗଓଭର ବହୁତ ସମୟ ଧରି ରହିଥାଏ । ଏପରି ପରିସ୍ଥିତିରେ, ନିଜ ଉପରେ କୌଣସି ନିୟନ୍ତ୍ରଣ ରହିନଥାଏ ଏବଂ ବେଳେବେଳେ ଏହି କାରଣରୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ । ବେଳେବେଳେ ଏହା ମଧ୍ୟ ଦେଖାଯାଏ ଯେ ମଦ ନିଶା ଛାଡ଼ିଯାଇଥିଲେ ବି ମୁଣ୍ଡବିନ୍ଧା, ଆଖି ଲାଲ ଦେଖାଯିବା, ମାଂସପେଶୀ ଯନ୍ତ୍ରଣା, ଅତ୍ୟଧିକ ଶୋଷ ଲାଗିବା, ରକ୍ତଚାପ ବୃଦ୍ଧି, ଝାଳ ବୋହିବା ଭଳି ସମସ୍ୟା ଦେଖାଯାଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ନିଶା ଛଡ଼ାଇବାକୁ ଚାହାଁନ୍ତି, ତେବେ ଏହି ସବୁ ଘରୋଇ ଉପଚାର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।

ଲେମ୍ବୁ
ନିଶା ଖସେଇବା ପାଇଁ ଲେମ୍ବୁ ରସ ବହୁତ ସାହାଯ୍ୟ କରିଥାଏ । ଲେମ୍ବୁ ଚା ପିଇବା ଦ୍ୱାରା ହ୍ୟାଙ୍ଗଓଭର କମିଯାଇଥାଏ । ଲେମ୍ବୁ ରସ ଆଲକୋହଲକୁ ଶୋଷିନେଇଥାଏ ଏବଂ ତତକ୍ଷଣାତ୍ ଆରାମ ଦିଏ । ଏକ ଗ୍ଲାସ ଥଣ୍ଡା ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ନିଶା କମିଯାଇଥାଏ ।

ଅଦା
ନିଶା ଖସାଇବାକୁ ଅଦା ମଧ୍ୟ ବହୁତ ଉପଯୋଗୀ ଜ୍ଝ ଅଦା ଆଲକୋହଲକୁ ଭଲ ଭାବରେ ହଜମ କରିଥାଏ, ଯେଉଁ କାରଣରୁ ନିଶା ଖସିଯାଏ ।

ପୋଦିନା ପତ୍ର
ଗରମ ପାଣିରେ ୩ରୁ ୪ଟି ପୋଦିନା ପତ୍ର ମିଶାଇ ପିଇବା ଦ୍ୱାରା ନିଶା ଶେଷ ହୋଇଯାଇଥାଏ ।ହ୍ୟାଙ୍ଗଓଭରରୁ ମୁକ୍ତି ପାଇବା ପାଇଁ ପୋଦିନା ହେଉଛି ସବୁଠାରୁ ସହଜ ଉପାୟ ।

ମହୁ
ମଦ୍ୟପାନର ପାର୍ଶ୍ୱ ପ୍ରତିକ୍ରିୟା ଦୂର କରିବାରେ ମହୁ ପ୍ରଭାବଶାଳୀ । ଏଥିରେ ମେଟାବୋଲିଜିମ୍ ତ୍ୱରାନ୍ୱିତ କରିବାର କ୍ଷମତା ଅଛି, ଯେଉଁ କାରଣରୁ ଆଲକୋହଲ ସହଜରେ ହଜମ ହୁଏ ଏବଂ ହ୍ୟାଙ୍ଗଓଭର ବାହାରିଯାଇଥାଏ ।

ଫଳ
ଯଦି ଆପଣ ହ୍ୟାଙ୍ଗଓଭରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଫଳ ମଧ୍ୟ ଖାଇପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଶାରୁ ମୁକ୍ତି ପାଇବା ପାଇଁ ଆପଲ୍ ଏବଂ କଦଳୀ ବହୁତ ସାହାଯ୍ୟ କରିଥାଏ। କଦଳୀ ସେକରେ ମହୁ ମିଶାଇ ପିଇବା ଦ୍ୱାରା ହ୍ୟାଙ୍ଗଓଭରରୁ ମୁକ୍ତି ମିଳିଥାଏ ।

Leave A Reply

Your email address will not be published.