ବଦଳିଲା ପାଗ, ୯ ଦିନ ପରେ ଆଜି ଦେଖାଗଲେ ସୂର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବଦଳିଲା ପାଗ ଦୀର୍ଘ ୯ ଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱର ଆକାଶରେ, ଆଜି ଦେଖାଗଲା ସୂର୍ଯ୍ୟ, ଅବପାତ ଛତିଶଗଡ ଆଡ଼କୁ ମୁହାଁଉ ଥିବାରୁ ବର୍ଷାର ପ୍ରଭାବ କମିଛି । ସକ୍ରିୟ ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ନିଜର ତୀବ୍ରତା ଆଗାମୀ ୧୨ ଘଣ୍ଟା ଯାଏଁ ବଜାଇ ରଖିବାର ସମ୍ଭାବନା ରହିଛି ।
ଗତ ୬ ଘଣ୍ଟା ମଧ୍ୟରେ ଅବପାତ ଘଣ୍ଟା ପ୍ରତି ୨୧ କିମି ବେଗରେ ଗତି କରିବା ସହ ବର୍ତ୍ତମାନ ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଅବପାତ | ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ନିଜର ତୀବ୍ରତା ଆଗାମୀ ୧୨ ଘଣ୍ଟା ଯାଏଁ ବଜାଇ ରଖିବାର ସମ୍ଭାବନା ରହିଛି ।ରାଜଧାନୀ ଭୁବନେଶ୍ୱର ରେ ବର୍ଷାର ପ୍ରଭାବ କମିଥିବା ବେଳେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ପବନ ର ବେଗ ବୃଦ୍ଧି ପାଇଛି,ଏବଂ ଘଣ୍ଟା ପ୍ରତି ବେଗ ୨୫ ରୁ ୩୦ କିମି ଯାଏଁ ରହୁଛି l

ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ହେତୁ, ରାଜ୍ୟରେ ସ୍ୱାଭାବିକ ବର୍ଷା ୧୧.୫ ମିମି ତୁଳନାରେ ୫୪.୯ ମିମି ସହ ୩୭୭% ଅଧିକ ରେକର୍ଡ, ସେହିପରି ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ହାରାହାରି ବର୍ଷା ୧୧୮.୫ ମିମି ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ୧୬୧୮ ପ୍ରତିଶତ ଅଧିକ । କିଛି ଜିଲ୍ଲା ରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଗୁଆ ଆକଳନ କରିଚି ପାଣିପାଗ ବିଭାଗ।

Leave A Reply

Your email address will not be published.